ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ର ଏକ ୧୧ଜଣିଆ ପ୍ରତିନିଧି ଦଳ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ୮ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ମୁଖ୍ୟତଃ କୃଷି ଋଣ ଛାଡ଼, ଫସଲ ବୀମା କ୍ଷତିପୂରଣ, ଭାଗଚାଷୀଙ୍କ ସୁରକ୍ଷା ଓ ଚାଷୀଙ୍କୁ ପେନ୍ସନ୍ ଦାବି ରହିଛି। କଂଗ୍ରେସ କୃଷକ ସେଲ୍ ରାଜ୍ୟ ସରକାର ଚାଷୀମାନଙ୍କୁ ପ୍ରତାରିତ କରିଥିବା ଦର୍ଶାଇ ବହୁସଂଖ୍ୟକ ଚାଷୀ ପରିବାରର ଯୁବକ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ପ୍ରାୟ ୧୧ ଲକ୍ଷ ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଥିବା ଅଭିଯୋଗ କରିଛି। ଗତ ୧୮ ବର୍ଷ ମଧ୍ୟରେ ଅଭାବୀ ବିକ୍ରି ଓ ଋଣଭାରରେ ସଢ଼ି ରାଜ୍ୟର ପ୍ରାୟ ୭ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି। ଏହି ସରକାରର ଚାଷୀ ମାରଣ ନୀତିର ପ୍ରତିବାଦ ଜଣାଇ ସାମ୍ବିଧାନିକ ନିୟମ ଅନୁଯାୟୀ ଓଡ଼ିଶାର ରାଜ୍ୟପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ କଂଗ୍ରେସ କୃଷକ ସେଲ୍ ଦାବି କରିଛି। କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଚାଷୀନେତା ସଚ୍ଚିଦାନନ୍ଦ ମହାକୁଡ଼, ଗୋବିନ୍ଦ ଚନ୍ଦ୍ର ମିଶ୍ର, କାର୍ତିକ ଚନ୍ଦ୍ର ଦାସ, ସନ୍ତୋଷ କୁମାର ସାହୁ, ସୁବାଷ ରାଉତ, ବୃନ୍ଦାବନ ଖଟେଇ, ଜତି ପ୍ରଧାନ, ଦୟାସାଗର ମେଣ୍ଡଲୀ, ନିରନ ମହାନ୍ତି, ଅରବିନ୍ଦ ସାମଲ, ସ୍ୱପ୍ନେଶ୍ୱର ପୃଷ୍ଟି, ସୁଧାକର ସାହୁ, ବିଶ୍ୱନାଥ ପାଣି, ଜାନକୀକାନ୍ତ ପଟ୍ଟନାୟକ, ଦେବେନ୍ଦ୍ର ମିଶ୍ର, ବୁଦ୍ଧଦେବ ନନ୍ଦ ପ୍ରମୁଖ ସାମିଲ ହୋଇଥିଲେ।
ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ କୃଷକ ସେଲ୍ ପ୍ରତିନିଧି
ଚାଷୀଙ୍କୁ ପେନ୍ସନ୍ ଓ ଅନ୍ୟାନ୍ୟ ଦାବି
/sambad/media/post_attachments/wp-content/uploads/2018/09/m12-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)