ଆରମ୍ଭ ହେଲା କଂଗ୍ରେସର ପଦଯାତ୍ରା

ଭୁବନେଶ୍ବର: ଅଗଷ୍ଟ ୯ କ୍ରାନ୍ତି ଦିବସରୁ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ୭୫ କି.ମି ପଦଯାତ୍ରା ଆରମ୍ଭ ହୋଇଛି। ସବୁ ଜିଲ୍ଲା ଓ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ଏହା ୧୪ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉପଲକ୍ଷେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନାଲ୍‌କୋ ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ପଦଯାତ୍ରାର ଉଦ୍ଦେଶ୍ୟ ସଂପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ସଂପାଦକ ଜି.ରୁଦ୍ର ରାଜୁ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ ରାଉତରାୟ, ଅଖିଳ ଭାରତ ମଜଦୁର କଂଗ୍ରେସ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ଅନନ୍ତ ପ୍ରସାଦ ସେଠୀ, ଲଲାଟେନ୍ଦୁ ମହାପାତ୍ର, ଯଜ୍ଞେଶ୍ବର ବାବୁ, ଶୁଭେନ୍ଦୁ ମହାନ୍ତି, ମନୋରଂଜନ ଦାଶ, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ଅଭିଷେକ ମହାନନ୍ଦ, ପ୍ରକାଶ ଜେନା, ଲୋକନାଥ ମହାରଥୀ, ମିହିର ଆଚାର୍ଯ୍ୟ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ। ପରେ ଶୋଭାଯାତ୍ରା ଜାଭିୟର ଛକ ଦେଇ ମୁଣ୍ଡାସାହି, ସାଲିଆ ସାହି, ନୂଆପଲ୍ଲୀ ଏନ୍‌-୫ ହନୁମାନ ମନ୍ଦିର ପାଖରେ ଶେଷ ହୋଇଥିଲା।

ପଦଯାତ୍ରାରେ ଦେବରାଜ ମିଶ୍ର, ଅଶୋକ ଦାସ, ଦୀପକ ସାହୁ, ରାଜୀବ ପଟ୍ଟନାୟକ, ସମରେନ୍ଦ୍ର ମହାନ୍ତି, ମୋହନ ଜେନା, ସେକ୍ ତାକ୍ବିନ୍, ମଣ୍ଟୁ ମଲ୍ଲିକ, ବ୍ରହ୍ମାନନ୍ଦ ସାହୁ, ଶ୍ରୀଧର ବଳିୟାରସିଂ, ଶ୍ରୀୟା ମହାନ୍ତି, ସ୍ବାଧୀନବାଳା ଦାସ, ସୁଭଦ୍ରା ମିଶ୍ର, କୁସୁମ ପ୍ରଧାନ, ଚୈତାଳୀ ପଟ୍ଟନାୟକ, ଜାନକୀ ମଲ୍ଲିକ ଓ ଅନ୍ୟମାନେ ସାମିଲ ହୋଇଥିଲେ।

ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ

୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଏବେଠାରୁ ସଜବାଜ ଆରମ୍ଭ କରିଛି। ବୁଥସ୍ତରରୁ ସଂଗଠନକୁ ମଜଭୁତ କରିବା ଲାଗି ଦଳ ପ୍ରୟାସ ଆରମ୍ଭ କରିଛି। ଦଳର ଏବେ ୯ଜଣ ବିଧାୟକ ଥିବା ବେଳେ ମିସନ୍ ୯୦କୁ ନେଇ କାର୍ଯ୍ୟ କରୁଛି କଂଗ୍ରେସ। ତେଣୁ କଂଗ୍ରେସ ନେତାମାନେ ଦଳ ନ ଛାଡ଼ି କାମ କରିବାକୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।
ଶ୍ରୀ ପଟ୍ଟନାୟକ କହିଛନ୍ତି ନିର୍ବାଚନ ପାଇଁ ଦଳ ସବୁବେଳେ ପ୍ରସ୍ତୁତ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟକୁ ଟାର୍ଗେଟ୍‌ କରି ସେ କହିଛନ୍ତି ଓଡ଼ିଶାରେ ଶାହଙ୍କ ଫର୍ମୁଲା କାମ କରିବ ନାହିଁ। ଆସନ୍ତା ବିଧାନସଭା ନିର୍ବାଚନରେ ରାଜ୍ୟରେ କଂଗ୍ରେସ ନିଶ୍ଚୟ ସରକାର ଗଢ଼ିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର