ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନରେ ପାଳିତ ହୋଇଛି। ଏହି ଉପଲକ୍ଷେ କଂଗ୍ରେସ ଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥିଭାବେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗ ଦେଇଥିଲେ। 
ଶ୍ରୀ ଦାସ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମର ମହାନ ନେତ୍ରୀ ଥିଲେ ରମାଦେବୀ। ସ୍ୱାଧୀନତା ପରେ ମଧ୍ୟ ସେ ନାରୀ ଶିକ୍ଷା ଓ ସ୍ୱାଧୀନତା ପାଇଁ ଲଢ଼େଇ କରିଥିଲେ। ଆଜିର ସାମ୍ପ୍ରତିକ ପରିସ୍ଥିତରେ ଦେଶରେ ମୂଲ୍ୟବୋଧର ଅବକ୍ଷୟ ହେଉଛି। ଏଭଳି ସମୟରେ ରମାଦେବୀଙ୍କ ଜୀବନ ହେଉଛି ଆଜିର ସମାଜ ପାଇଁ ଦିଗ୍‌ଦର୍ଶନ। ନାରୀଙ୍କ ଉପରେ ଯେଉଁ ଅତ୍ୟାଚାର ହେଉଛି, ଏହା ବିରୋଧରେ କଂଗ୍ରେସ କମିଟି ସାଲିସବିହୀନ ଲଢ଼େଇ ଜାରି ରଖିବ ବୋଲି ସେ କହିଥିଲେ। 
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ବିଧାୟକ ସୋଫିଆ ଫିର୍‌ଦୋଷ ପ୍ରମୁଖ ରମାଦେବୀଙ୍କ  ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭରେ ପିସିସି ସଭାପତିଙ୍କ ସମେତ ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ନଗେନ୍ଦ୍ର ପ୍ରଧାନ ପ୍ରମୁଖ ରମାଦେବୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ବିଶ୍ୱଜିତ ଦାଶ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ସୁବ୍ରତ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତ୍ତି, ରାଜୀବ ପଟ୍ଟନାୟକ, ଜ୍ୟୋତିଷ ସାହୁ, ପ୍ରାଚୀ ରାଉତରାୟ, ପ୍ରଭାତ ପ୍ରତାପ ସିଂ, ଶ୍ରୀୟା ମହାନ୍ତି, ଚୈତାଳୀ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ସଂକୁନା କହଁର, ଶ୍ରୀୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ, ମିହିର ଆଚାର୍ଯ୍ୟ, ବାଙ୍କନିଧି ବେହେରା, ମଣ୍ଟୁ ମଲ୍ଲିକ, ତରୁଣ ମିଶ୍ର, ନିରଞ୍ଜନ ନାୟକ, ମହମ୍ମଦ ସାହାଦୁଲ୍ଲା, ଗିରିବାଳା ବେହେରା ଓ ଶୈଳବାଳା ଜେନା ପ୍ରମୁଖ ଉପସ୍ଥିତ ଥିଲେ।