ଭୁବନେଶ୍ବର: ନାରୀ ନିର୍ଯାତନା ପ୍ରସଙ୍ଗରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ନାରୀ ନ୍ୟାୟ ପାଇଁ କଂଗ୍ରେସର ସଂଗ୍ରାମ ପୂର୍ବ ଅପେକ୍ଷା ଅଧିକା ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଲେ, ଏବିଭିପି ନିଜ ଛାତ୍ର ନେତ୍ରୀଙ୍କୁ ସୁରକ୍ଷା କିମ୍ବା ସରକାର ନ୍ୟାୟ ଦେଇପାରିଲେ ନାହିଁ। ତେଣୁ ଏ ସରକାରର କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ। ସରକାର ଆଜି ପର୍ଯ୍ୟନ୍ତ ରାଜ୍ୟ ମହିଳା କମିସନର ନିଯୁକ୍ତି କରିପାରି ନାହାନ୍ତି। କିନ୍ତୁ କଂଗ୍ରେସ ଦଳ ଛାତ୍ର ସଭାପତି ଗିରଫ ହେବାର ସାଙ୍ଗେ ସାଙ୍ଗେ ତାଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣାରେ ପୀଡ଼ିତାଙ୍କୁ ଭେଟି ସତ୍ୟାସତ୍ୟ ଜାଣିବା ଲାଗି ଏକ ଦଳ ପକ୍ଷରୁ ଏକ ୬ଜଣିଆ କମିଟି ମଧ୍ୟ ଗଠନ ହୋଇଛି।
ସେ ଆହୁରିମଧ୍ୟ କହିଥିଲେ ଯେ ଆସନ୍ତା ୨୪ ତାରିଖ ବାଲେଶ୍ବର ପୀଡ଼ିତାଙ୍କ ଏକାଦଶାହକୁ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଦିବସ ରୂପେ ପାଳନ ପାଇଁ ଅନୁରୋଧ କରାଯାଉଛି। ଏହାସହ ରାଜ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ୧ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ଗୋଟିଏ ଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ମଧ୍ୟ ସମାନ ଅନୁରୋଧ ରହିଛି। ବାଲେଶ୍ୱର ପୀଡ଼ିତା ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିବେଦନ କରିବା ସତ୍ତ୍ବେ କେହି ବି କର୍ଣ୍ଣପାତ କରି ନ ଥିଲେ। ସେଥିପାଇଁ ଛାତ୍ରୀଜଣଙ୍କ ନିଜ ଜୀବନ ହରାଇଲେ। ପୁଲିସ କାହିଁକି ଏଫ୍ଆଇଆର୍ ଗ୍ରହଣ କଲା ନାହିଁ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଜବାବ ଦେବାକୁ ପଡ଼ିବ। କଂଗ୍ରେସ ନ୍ୟାୟିକ କମିଟି ଦ୍ୱାରା ଅନୁସନ୍ଧାନ କରିବା ପାଇଁ ଦାବି କରିଥିଲା। ମାତ୍ର ଏହି ଘଟଣାରେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ କରିଛନ୍ତି। ଏହି ତଦନ୍ତର ମୁଖିଆ ଭାବେ ଏଭଳି ଜଣେ ଅଫିସରଙ୍କୁ ଦିଆଯାଇଛି, ଯାହାଙ୍କ ବିରୋଧରେ ନିର୍ଯାତନାର ବିରାଟ ଇତିହାସ ରହିଛି। ଯାହାକୁ ଆସନ୍ତା ଦିନରେ ପ୍ରକାଶ କରାଯିବ। ଯେଉଁମାନେ କଂଗ୍ରେସ ଦଳକୁ ଦୁର୍ବଳ ବୋଲି ଚିନ୍ତା କରୁଛନ୍ତି ତାହା ସେମାନଙ୍କ ପାଇଁ ବଡ଼ ଭୁଲ୍ ହେବ। କଂଗ୍ରେସ ବିରୋଧରେ ଷଡ୍ଯନ୍ତ୍ରର ହୀନ ପ୍ରୟାସ କରାଗଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ କଥା ବାହାରିବ। ସେଥିପାଇଁ ସରକାର ପ୍ରସ୍ତୁତ ରହିବା କଥା ବୋଲି ଶ୍ରୀ ଦାସ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ଲଲାଟେନ୍ଦୁ ମହାପାତ୍ର, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ, ମୁଖପାତ୍ର ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର ଓ ଲଲାଟେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ନାରୀ ନିର୍ଯାତନା ପ୍ରସଙ୍ଗରେ ସାଲିସ କରିବନି କଂଗ୍ରେସ: ଭକ୍ତ
ନାରୀ ନିର୍ଯାତନା ପ୍ରସଙ୍ଗରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ନାରୀ ନ୍ୟାୟ ପାଇଁ କଂଗ୍ରେସର ସଂଗ୍ରାମ ପୂର୍ବ ଅପେକ୍ଷା ଅଧିକା ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ଆଜି କଂଗ୍ରେସ ଭବନରେ...
/sambad/media/media_files/2025/07/22/congress-press-meet-2025-07-22-06-36-27.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)