ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ହଡ଼ପ ପାଇଁ ଚକ୍ରାନ୍ତ: ମନ୍ଦିର କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୪୦ କୋଟି ଟଙ୍କାର ସଂପତ୍ତି ହଡ଼ପ ପାଇଁ ମସୁଧା ଚାଲିଥିବା ବେଳେ ଏହାକୁ ସ୍ଥାନୀୟ ଲୋକ ଓ ସେବାୟତ ତୀବ୍ର ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ଗତକାଲି ମନ୍ଦିର କାର୍ଯ୍ୟାଳୟ ଘେରାଉ କରାଯିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ବାରମ୍ବାର ବିରୋଧ, ପ୍ରତିବାଦ ପରେ ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ସଂପତ୍ତି ହଡ଼ପ ସଂପର୍କ‌ରେ କାହିଁକି ଟ୍ରଷ୍ଟ ବୋର୍ଡରେ ଆଲୋଚନା କରାଯାଉନାହିଁ ବୋଲି ଅଭିଯୋଗ କରିଥିଲେ। ଏହାବ୍ୟତୀତ ସଂପତ୍ତି ହଡ଼ପ କରିଥିବା ଲୋକ କିପରି ଟ୍ରଷ୍ଟବୋର୍ଡରେ ସ୍ଥାନ ପାଇଛନ୍ତି, ସେ ନେଇ ମଧ୍ୟ ପ୍ରଶ୍ନ କରିଥିଲେ। ବିକ୍ଷୋଭରେ ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗତ ଚନ୍ଦ୍ର ଦାସ, ସରୋଜ ମିଶ୍ର, ଗୋପୀନାଥ ପ୍ରଧାନ, ସୌମ୍ୟରଞ୍ଜନ ପଣ୍ଡା, ପ୍ରଫୁଲ୍ଲ ମହାରାଜ, ମାନସ ପତି, ପ୍ରଭାତ ମହାନ୍ତି, ଜଳନ୍ଧର ନାୟକ, ବିଜୟ ଭଟ୍ଟାଚ୍ଚାର୍ଯ୍ୟ, ଉପନ ଦାସ, ରାଜେଶ ମିଶ୍ର, ସୁଲତା ସାହାଣୀ, ସଞ୍ଜୁଲତା ପଟ୍ଟନାୟକ, ବିଷ୍ଣୁପ୍ରିୟା ଜେନା, ବିନୋଦିନୀ ସେନାପତି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର