ଭୁବନେଶ୍ୱର : ରାଜ୍ୟ ପୁଲିସ୍ର ୭ମ ବାଟାଲିୟନର ଜଣେ କନେଷ୍ଟବଳଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ, ମୟୂରଭଞ୍ଜର ଶକ୍ତିପ୍ରସାଦ ବଡ଼ନାୟକ। ଟ୍ରାଫିକ୍ ଟାୱାର୍ରେ ତାଙ୍କର ଡ୍ୟୁଟି ଥିଲା। ଗତକାଲି ସେ ଡ୍ୟୁଟି କରୁଥିବା ବେଳେ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ନିୟମ ମୁତାବକ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଚର୍ଚ୍ଚା ହୋଇଥିଲା। କରୋନା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହେବା ପରେ ତନାଘନା ଆରମ୍ଭ ହୋଇଥିଲା। ଶେଷରେ କମିସନରେଟ୍ ପୁଲିସ ଏନେଇ ସ୍ପଷ୍ଟୀକରଣ ଦେଇ କହିଥିଲା ଯେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ କୋଭିଡ୍ ଯୋଗୁ ହୋଇଥିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ କୋଭିଡ୍ ପରୀକ୍ଷା ରିପୋର୍ଟ ଅଦ୍ୟାବଧି ହସ୍ତଗତ ହୋଇନାହିଁ। ଏଣୁ ଅନୁମାନ, ଆଶଙ୍କା କରି ଏଭଳି ପ୍ରଚାର ନ କରିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଥିଲା। ତେବେ ବିଳମ୍ବିତ ରାତିରେ ସମ୍ପୃକ୍ତ କନେଷ୍ଟବଳଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ପୁଲିସ କହିଛି।
ଭୁବନେଶ୍ୱର : କାର୍ଯ୍ୟରତ କନେଷ୍ଟବଳଙ୍କ ଅସ୍ୱାଭାବିକ ମୃତ୍ୟୁ
କୋଭିଡ୍ରେ ମୃତ୍ୟୁ ନେଇ ଚର୍ଚ୍ଚା, କମିସନରେଟ୍ ପୁଲିସ୍ କହିଲା ରିପୋର୍ଟ ନେଗେଟିଭ୍
/sambad/media/post_attachments/wp-content/uploads/2019/11/commissionerate-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)