ଭୁବନେଶ୍ୱର: ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ‘ଏସ୍ଏସ୍ବି’ର କନ୍ଷ୍ଟେବଳ ପ୍ରମୋଦ ବେହେରା ଚାକିରିରୁ ନିଲମ୍ବିତ ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଆଜି କଳ୍ପନା ଛକ ନିକଟରେ ଜଣେ ଯୁବତୀ ଏକାକୀ ଚାଲି ଚାଲି ଯାଉଥିବା ବେଳେ ବିନା ୟୁନିଫର୍ମରେ ପ୍ରମୋଦ ବେହେରା ଅସଦାଚରଣ କରିଥିବା ନେଇ ପିସିଆରକୁ ଫୋନ୍ ଆସିଥିଲା। ଅଭିଯୋଗ ପାଇବା ପରେ ପିସିଆର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରମୋଦ ବେହେରାଙ୍କୁ ଉଠାଇ ନେଇଥିଲା। ପରେ ତଦନ୍ତ ବେଳେ ଜଣା ପଡ଼ିଥିଲା ଯେ, ପ୍ରମୋଦ ଜଣେ ଏସଏସବି କନ୍ଷ୍ଟେବଳ ଅଟନ୍ତି।
ଯୁବତୀଙ୍କ ଅଭିଯୋଗ ଅନୁସାରେ ସେ ଚାଲି ଚାଲି ଯାଉଥିବା ବେଳ ପ୍ରମୋଦ ଅସଦାଚରଣ କରିବା ସହିତ ଟଣାଓଟରା କରିଥିଲେ। ଫଳରେ ଯୁବତୀ ଜଣକ ପ୍ରମୋଦଙ୍କୁ ମାଡ଼ ମାରିଥିଲେ। ଏହା ପରେ ଯୁବତୀ ଜଣକ ଜୋର୍ରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ। ଉତ୍ତେଜିତ ଲୋକେ ପ୍ରମୋଦଙ୍କୁ ନିସ୍ତୁକ ମାଡ଼ମାରି ପୁଲିସକୁ ଜିମା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/d14b3855-515f-4740-816a-d46af0087569.jpg)