ଭୁବନେଶ୍ବର: ରାସ୍ତା କଡ଼ରେ ନିର୍ମାଣ ସାମଗ୍ରୀ ଓ ଘର ଭଙ୍ଗା ବର୍ଜ୍ୟ ଜମା କଲେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି କ୍ରମରେ ଆଜି ସହିଦନଗରରୁ ବିଏମ୍‌ସି ଦୁଇ ଟ୍ରିପ୍‌ ନିର୍ମାଣ ସାମଗ୍ରୀ ଜବତ କରିଛି। ରାସ୍ତା କଡ଼ରେ ଗଦା କରିଥିବା ମାଲିକଙ୍କୁ ୧୮ହଜାର ୫ଶହ ଟଙ୍କା ଜରିମାନା କରାଯାଇଛି। ଆବର୍ଜନାକୁ ନେଇ ବିଏମ୍‌ସି କଟକଣା କଡ଼ାକଡ଼ି କରିଛି। ଏଥିପାଇଁ ସ୍ବତନ୍ତ୍ର ଟିମ୍‌ ରହିଥିବା ବେଳେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବାହାରେ ଆବର୍ଜନା ବା ନିର୍ମାଣ ସାମଗ୍ରୀ ଗଦା ନ କରିବା ପାଇଁ ବିଏମ୍‌ସି ଅନୁରୋଧ କରିଛି।