ନିର୍ମାଣାଧୀନ କୋଠାରୁ ପଡ଼ି ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର : କଳ୍ପନାସ୍ଥିତ ଏକ ନିର୍ମାଣାଧୀନ କୋଠାରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଦଶରଥ ବେହେରା (୨୪)। ଘର କଟକ ଜିଲ୍ଲା, ନିଆଳି ଥାନା ଅଧୀନ ଅଳତଳଙ୍ଗ ଅଞ୍ଚଳରେ। ଏଠାରେ କଳ୍ପନା ଅଞ୍ଚଳର ଏକ ମିଠା ଦୋକାନରେ ସେ ମିସ୍ତ୍ରି ଭାବେ କାମ କରୁଥିଲେ।

ପୁଲିସ ସୂଚନା ମୁତାବକ, ରବିବାର ରାତିରେ ଦଶରଥ ତାଙ୍କ ସାଙ୍ଗମାନଙ୍କ ସହ କଳ୍ପନାସ୍ଥିତ ଏକ ନିର୍ମାଣାଧୀନ କୋଠା ଉପରେ ଭୋଜି କରୁଥିଲେ। ଭୋଜି ଖିଆପିଆ ସାରି ଶିଡ଼ିରେ ଫେରୁଥିବା ସମୟରେ ଦଶରଥ ତଳକୁ ଖସି ପଡ଼ିଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଗୁରୁତର ଆହତ ହୋଇ ଦଶରଥଙ୍କ ପାଟି ଶୁଣି ସେଠାରେ ଥିବା ତାଙ୍କ ସାଙ୍ଗମାନେ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର