ଭୁବନେଶ୍ୱର : ରାଜଧାନୀରେ କଣ୍ଟାକ୍ଟ କେସ୍ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଜଣେ ଲୋକ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସି ବହୁ ଲୋକ ପଜିଟିଭ୍ ହେବାରେ ଲାଗିଛନ୍ତି। ଏପରିକି ମଞ୍ଚେଶ୍ବରରେ ଥିବା ଏକ କାରଖାନାରୁ ୬୧ଜଣ ବ୍ୟକ୍ତି କେବଳ ସଂସ୍ପର୍ଶରେ ଆସି ପଜିଟିଭ୍ ହୋଇଛନ୍ତି। ଏହା କେବଳ ଗୋଟିଏ ସ୍ଥାନର ଚିତ୍ର ନୁହେଁ, ୟୁନିଟ୍-୨ ଏମ୍ଜି ରୋଡ୍, ଚନ୍ଦ୍ରଶେଖରପୁର ୭ମ ବାଟାଲିଅନ ନିକଟ ଅଞ୍ଚଳରୁ ଏଭଳି ଢଙ୍ଗରେ ରୋଗୀ ଚିହ୍ନଟ ହୋଇଛନ୍ତି। ତେଣୁ ଏଭଳି ଢଙ୍ଗରେ ପ୍ରତ୍ୟେକ ଦିନ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହେବା ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ବଢ଼ାଇ ଦେଇଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୧୨୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୯୩ଜଣ ସଙ୍ଗରୋଧରୁ ଓ ୩୩ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସଙ୍ଗରୋଧରୁ ଚିହ୍ନଟ ୯୩ ଜଣଙ୍କ ମଧ୍ୟରୁ ୯୧ କଣ୍ଟାକ୍ଟ କେସ୍ ଥିବା ବେଳେ ଭୁବନେଶ୍ବର କ୍ଲବ୍ ନିକଟରେ ଚିହ୍ନଟ ବ୍ୟକ୍ତିଜଣକ କିଭଳି ଆକ୍ରାନ୍ତ ହୋଇଛନ୍ତି, ତାହା ବିଏମ୍ସି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଏହାବାଦ୍ ମୁମ୍ବାଇରୁ ଆସିଥିବା ଚନ୍ଦ୍ରଶେଖରପୁର ଅଞ୍ଚଳର ୫୦ବର୍ଷର ପୁରୁଷ ରହିଛନ୍ତି। ରାଜ୍ୟ ସରକାର ଓ ବିଏମ୍ସି ପକ୍ଷରୁ ହସ୍ପିଟାଲଗୁଡ଼ିକରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଏସ୍ଓପି ଜାରି କରାଯିବା ସହ ହସ୍ପିଟାଲରେ ଯାଞ୍ଚ ମଧ୍ୟ କରାଯାଇଛି। ମାତ୍ର ଏହା ସତ୍ତ୍ବେ ସରକାରୀ ଓ ଘରୋଇ ହସ୍ପିଟାଲରେ ସଂକ୍ରମଣ କମୁନାହିଁ। ଏବେ ମଧ୍ୟ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲର କର୍ମଚାରୀ ପଜିଟିଭ୍ ହେବାରେ ଲାଗିଛନ୍ତି।
୩୩ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବହୁ ସଂଖ୍ୟାରେ ଘରୋଇ ହସ୍ପିଟାଲର କର୍ମଚାରୀ ରହିଛନ୍ତି। ଏହାସହ ଅନେକ ରୋଗୀଙ୍କ କୌଣସି ଯାତ୍ରା ଇତିହାସ କିମ୍ବା ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ଆସି ନାହାନ୍ତି। ଏହାସହ ବିଭିନ୍ନ ବସ୍ତି ଓ କଲୋନି ଅଞ୍ଚଳରୁ ମଧ୍ୟ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସୁଦ୍ଧା ୧୪୬୯ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୮୦୫ଜଣ ସୁସ୍ଥ ହୋଇ ସାରିଛନ୍ତି। ୬୫୧ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ଗତ ୨୪ ଘଣ୍ଟାରେ ରାଜଧାନୀର ୮୧ଜଣ ରୋଗୀ ସୁସ୍ଥ ହୋଇଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/road-55.jpg)