ଭୁବନେଶ୍ୱର: ବିଦ୍ୟୁତ ଆଘାତରେ ଠିକା କର୍ମଚାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ରେଳ ଡବା ମରାମତି କାର୍ଯ୍ୟରେ ନିୟୋଜିତ ଜଣେ ବିଦ୍ୟୁତ ଶ୍ରମକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ତାଙ୍କ ନାମ ଚିତ୍ତରଞ୍ଜନ ପ୍ରଧାନ ଓ ସେ ନ୍ୟୂ ସରକାରୀ କଲୋନିରେ ରହୁଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ପ୍ରଧାନ ରେଳଡବା ମରାମତି କାରଖାନାରେ ଜଣେ ଠିକା କର୍ମଚାରୀଭାବେ କାର୍ଯ୍ୟ କରୁଥିଲେ। ସେ ରେଳ ଡ଼ବାଗୁଡ଼ିକରୁ ବ୍ୟାଟେରି ପରିବହନ କାର୍ଯ୍ୟରେ ନିୟୋଜିତ ଥିଲେ। ଆଜି ଏକ ରେଳ ଡବାରୁ ବ୍ୟାଟେରି ଖୋଲୁଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ହେବାରୁ ସେ ବ୍ୟାଟେରି ସହିତ ଲାଖି ରହିଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର