କଣ୍ଟେନମେଣ୍ଟ ଜୋନରୁ ହଟିଲା ରାଜଧାନୀର ସୁନ୍ଦରପଦା ଓ ଯଦୁପୁର

ଭୁବନେଶ୍ୱର: ରାଜଧାନୀର ୨ଟି ସ୍ଥାନରୁ ହଟିଲା ଅବରୋଧ ଅଞ୍ଚଳ କଟକଣା । ୫ଟି କଣ୍ଟେନମେଣ୍ଟ ଜୋନରୁ ୨ଟି ସ୍ଥାନରୁ ହଟିଲା କଣ୍ଟେନମେଣ୍ଟ ଜୋନ୍ । ସୁନ୍ଦରପଦା ଏବଂ ଯଦୁପୁର ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନରୁ ବାଦ ଦିଆଯାଇଛି । ଏଥିସହ ବେଗୁନିଆ ଅଞ୍ଚଳର କିଛି ସ୍ଥାନରୁ ମଧ୍ୟ କଟକଣା ଉଠିଛି ।

ତେବେ ଘର ଘର ବୁଲି ସର୍ଭେ ଏବଂ ପରୀକ୍ଷା କରିବା ପରେ ମିଳିଥିବା ରିପୋର୍ଟ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ଉଠାଇବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଏମସି କମିଶନର । କନଟେନମେଣ୍ଟ ଜୋନ୍ ଉଠିବା ପରେ ବି ୭ ଦିନ ଯାଏଁ ଉକ୍ତ ଅଞ୍ଚଳକୁ ପୂର୍ବ ପରି ସେବା ଯୋଗାଇ ଦିଆଯିବ ।

ଘର ଘର ବୁଲି ଆଗରୁ ଯେମିତି ସାମଗ୍ରୀ ଯୋଗାଯାଉଥିଲା ସେମିତି ଚାଲିବ । ପ୍ରତିଷେଧକମୂଳକ ପଦକ୍ଷେପ ପାଇଁ ଆଉ ୭ ଦିନ ଏମିତି କରାଯିବ । ତେବେ ଅବରୋଧ ଅଞ୍ଚଳ ଘୋଷଣା ଠାରୁ ଆରମ୍ଭ କରି ଆଜି ଯାଏଁ ଦୁଇ ଅଞ୍ଚଳର ଲୋକେ ପ୍ରଶାସନକୁ ସହଯୋଗ କରିଥିବାରୁ ସରକାରଙ୍କ ତରଫରୁ ବିଏମସି କମିଶନର ଧନ୍ୟବାଦ ଦେଇଛନ୍ତି ।

ସମ୍ବନ୍ଧିତ ଖବର