ଏକ ସପ୍ତାହ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଭୁବନେଶ୍ୱର ଜୁଡିସିଆଲ କଂପ୍ଲେକ୍ସ

ଭୁବନେଶ୍ୱର: ଦୀର୍ଘ ଏକ ସପ୍ତାହ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଛି ଭୁବନେଶ୍ୱର ଜୁଡ଼ିସିଆଲ କଂପ୍ଲେକ୍ସ । ଲୁଇସରୋଡରେ ଥିବା ଏହି ଅଂଚଳକୁ ଆସନ୍ତାକାଲି ଠାରୁ ୨୫ ତାରିଖ ଯାଏଁ ୭ ଦିନ ଲାଗି କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ସିଭିଲ କୋର୍ଟରୁ ଅନେକ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।

ଜୁଡିସିଆଲ ପରିସରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କଣ୍ଟେନମେଣ୍ଟ ଜୋନରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ ଓ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ବାଦ ଦିଆଯାଇଥିବା ବିଏମସି ଦକ୍ଷିଣ ପୂର୍ବ ଜୋନାଲ ଡେପୁଟୀ କମିସନର ଅଂଶୁମାନ ରଥ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର