ଭୁବନେଶ୍ବର: ଡା. ଅଭିନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ କିଛି ଅଧ୍ୟାପକଙ୍କୁ ନେଇ ଏବେ ଚର୍ଚ୍ଚା। ୨ଜଣ ପ୍ରଫେସର ଓ ଜଣେ ରିଡରଙ୍କ ବର୍ଷିକିଆ ଚୁକ୍ତି ଅବଧି ଶେଷ ହୋଇଯାଇଥିଲେ ହେଁ ସେମାନେ ପୂର୍ବପରି କଲେଜର ସବୁ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି। ଯାହାକୁ ନେଇ ଡାକ୍ତରୀ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମାତ୍ର କଲେଜ କର୍ତ୍ତୃପକ୍ଷ ଏହା ଉପରେ ନିରବଦ୍ରଷ୍ଟା ସାଜିବାକୁ ନେଇ ପ୍ରଶ୍ନ ଉଠିଛି।
ଡା. ଅଭିନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅବ୍ୟବସ୍ଥା
ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ, କଲେଜ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନ
୩ଜଣ ଅଧ୍ୟାପକଙ୍କୁ ପାଥୋଲୋଜି, ମାଟେରିଆ ମେଡିକା ଓ ମେଡିସିନ୍ରେ ଚୁକ୍ତିଭିତ୍ତିରେ ନିଯୁକ୍ତି ଦିଆଯାଇଥିଲା। ଗତ ଫେବ୍ରୁଆରି ୨୮ତାରିଖରେ ଚୁକ୍ତି ଅବଧି ଶେଷ ହୋଇଗଲାଣି। ତଥାପି ସେମାନେ କଲେଜରେ ରୋଗୀ ଦେଖାଠାରୁ ଆରମ୍ଭ କରି ପାଠପଢ଼ାରେ ପୂର୍ବଭଳି ନିଜକୁ ନିୟୋଜିତ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଅନ୍ୟ ଡାକ୍ତରୀ ଶିକ୍ଷକମାନେ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି।
ନାମ ଗୋପନ ସର୍ତ୍ତରେ କିଛି ଛାତ୍ରଛାତ୍ରୀ କହିଛନ୍ତି, ସରକାର ଏହି ପଦବିରେ ସ୍ଥାୟୀ ନିଯୁକ୍ତି ଦେବା ବଦଳରେ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ପୂର୍ବ ସରକାର ସମୟରେ ଚୁକ୍ତି ଅବଧି ଶେଷ ହୋଇଯାଇଥିଲେ ପିଛିଲା ଭାବେ ପୁନର୍ବାର ନବୀକରଣ କରାଯାଉଥିଲା। ସେହି ଆଶାରେ ବୋଧହୁଏ ଅବଧି ଶେଷ ହୋଇଯାଇଥିବା ୩ ଡାକ୍ତରୀ ଶିକ୍ଷକ ପୂର୍ବଭଳି ନିଜର କାର୍ଯ୍ୟ ଜାରି ରଖିଥିବା ଅନୁମାନ କରାଯାଉଛି। ବୟସାଧିକ କାରଣରୁ ସେମାନେ ଠିକ୍ଭାବେ କାର୍ଯ୍ୟ କରିବାରେ ଅସମର୍ଥ। ତେଣୁ କଲେଜ କର୍ତ୍ତୃପକ୍ଷ ଓ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ଏହା ଉପରେ ଗୁରୁତ୍ବର ସହ ବିଚାର କରିବାର ଆବଶ୍ୟକତା ରହିଛି। ଏ ସଂପର୍କରେ ଡା. ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ଡା. ପୁଷ୍ପାଞ୍ଜଳି ପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/12/EdUgnSuQqGMLGGsYMVAU.jpg)