କର୍ମଚାରୀ ସଂଗ୍ରାମ ସମିତିର ବିକ୍ଷୋଭ

ଭୁବନେଶ୍ୱର :ସବୁ ପ୍ରକାର ଠିକା ତଥା ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ କରିବା ଦାବି ନେଇ ଆଜି ଲୋୟର ପିଏମ୍‌ଜିରେ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି ବିକ୍ଷୋଭ ପ୍ରଦର୍ଶନ କରିଛି। ସମିତି କହିଛି, ସରକାର ଠିକା ବା ଚୁକ୍ତି ଭିତ୍ତିକ ପଦବି ନାମରେ ଆଉଟସୋର୍ସିଂ ଭଳି ବ୍ୟବସ୍ଥା ନାମରେ ଅତ୍ୟାଚାର ଚଳାଇଛନ୍ତି। ତୁରନ୍ତ ଏହି ବ୍ୟବସ୍ଥାର ଉଚ୍ଛେଦ ନକଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ। ଗୋଟିଏ ଉତ୍ତରଦାୟୀ ଶାସନ ବ୍ୟବସ୍ଥାରେ ସମାନ କାମ କରି, ହାତ ଟେକା ସ୍ୱଳ୍ପ ଦରମା ପାଇବା ସଂପୂର୍ଣ୍ଣ ଅମାନବୀୟ ଘଟଣା।

ସମ୍ବନ୍ଧିତ ଖବର