ଗୃହରେ ଆଉଟସୋର୍ସିଂ ଓ ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ଗୃହରେ ‘ଠିକା ନିଯୁକ୍ତିରେ ଚାଲିଛି ଓଡିଶା ସରକାର’ଶୀର୍ଷକ ମୁଲତବୀ ପ୍ରସ୍ତାଵ ବିଜେପି ପକ୍ଷରୁ ଆଗତ କରଯାଇଥିଲା। ଆଲୋକଚନାରେ ଅଂଶ ଗ୍ରହଣ କରି ଆଉଟ ସୋର୍ସିଂ ଓ ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ରାଜ୍ୟ ସରକାରଙ୍କ ୪୩ଟି ବିଭାଗରେ ୨ ଲକ୍ଷ ୨୬ ହଜାର ୫ ଶହ ୫୯ ସରକାରୀ ପଦବି ଖାଲି ପଡ଼ିଛି। ଗୃହ ବିଭଗରେ ୨୬୭୯୮, ରାଜସ୍ୱରେ ୧୨୭୬୧, ବିଦ୍ୟାଳୟ ଓ ଗଣଶିକ୍ଷାରେ ସର୍ବାଧିକ ୬୧,୮୩୬, ସ୍ୱାସ୍ଥ୍ୟ ବିଭାଗରେ ୩୬,୦୦୪୫, ଜଳସମ୍ପଦ ବିଭାଗରେ ୮,୭୫୩, କୃଷି ବିଭାଗରେ ୯,୬୮୬, ଉଚ୍ଚ ଶିକ୍ଷା ବିଭାଗରେ ୧୧,୫୨୨, ଜଙ୍ଗଲ ଓ ପରିବେଶ ବିଭାଗରେ ୫୮୧୪, ଅର୍ଥ ବିଭାଗରେ ୩୪୪୦ ପଦବି ଖାଲି ପଡିଛି।

ହେଲେ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ନ ଦେଇ ଜିଏସଟି ଆଦାୟ ଯୋଜନାରେ ଠିକା ନିଯୁକ୍ତି ବ୍ୟବସ୍ଥା କରିଛନ୍ତି, ଯାହା ଯୁବକ-ଯୁବତୀଙ୍କ ପାଇଁ ଘାତକ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ।

ଏପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ କେବଳ ଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ତିନୋଟି ବିଭାଗରେ ୧ ଲକ୍ଷରୁ ଅଧିକ ପଦଵି ଖାଲି ପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟର ୭୦ଟି ବ୍ଲଡ଼ ବ୍ୟାଙ୍କରେ ୧୮୦ ଜଣ ଠିକା କର୍ମଚାରି ଅଛନ୍ତି । ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ଯନ୍ତ୍ରୀମାନଙ୍କୁ ଠିକା ନିଯୁକ୍ତି ଦେଇ ବାହାବା ସାଉଁଟୁଛନ୍ତି। ଠିକା ଦୁର୍ନୀତି ଓ ଅପରାଧ ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି ତାରାପ୍ରସାଦ ବାହିନୀପତି।

ସମ୍ବନ୍ଧିତ ଖବର