ଭୁବନେଶ୍ବର: ବଜାର ଓ ବିଧି(ଲ’) ଉପବିଭାଗ ଦାୟିତ୍ବରେ ଥିବା ବିବାଦୀୟ ଅଧିକାରୀ ପ୍ରମୋଦ ପୃଷ୍ଟି ବିଏମ୍ସିରୁ ବିଦା ହୋଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନରେ ଉପପ୍ରଶାସକ(ରାଜସ୍ବ) ଭାବରେ ତାଙ୍କର ବଦଳି ହୋଇଛି। ଶ୍ରୀ ପୃଷ୍ଟି ଉତ୍ତର ଜୋନ୍ ଡେପୁଟି କମିସନର୍ ଥିବା ବେଳେ ତାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା।
ଏହି ଜୋନ୍ରେ ବହୁ କୋଠାର ହୋଲ୍ଡିଂ ଟ୍ୟାକ୍ସ କରାଯାଇନଥିଲା। ତେଣୁ ତାଙ୍କୁ ସେଠାରୁ ହଟାଇ ମୁଖ୍ୟାଳୟକୁ ଅଣାଯାଇଥିଲା। ନିକଟ ଅତୀତରେ ହାଇକୋର୍ଟଙ୍କ ଆଦେଶ ପାଳନ ନ ହେବାରୁ ଖୋଦ୍ କମିସନର କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ। ଏଣୁ ସେ ଆକ୍ରୋଶର ଶିକାର ହୋଇଥିଲେ।