ପୁରୁଣା ଭୁବନେଶ୍ୱର : ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହ ସଫେଇ ନେଇ ବିବାଦ ଉପୁଜିଛି। ଏହାକୁ ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏଏସଆଇ ମୁହାଁମୁହିଁ ହୋଇଛନ୍ତି। ଆସନ୍ତା ମାର୍ଚ୍ଚ ୧ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି। ଏପଟେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଚାଲିଛି ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର କାର୍ଯ୍ୟ। ତେବେ ଆଜି ଏଏସ୍ଆଇ ଶ୍ରୀଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଭିନ୍ନ ସେବାୟତଙ୍କୁ ଡାକି ଆଲୋଚନା କରିଛି। ଜାଗର ଦିନ ମନ୍ଦିର ଗର୍ଭଗୃହକୁ କିଏ ସଫା କରିବ ଏନେଇ ଆଲୋଚନା ହୋଇଥିଲା। ଜାଗର ଦିନ ମନ୍ଦିର ଗର୍ଭଗୃହ ସଫା କରିବା ଆମ ଦାୟିତ୍ବ ନୁହେଁ ବୋଲି ଏଏସ୍ଆଇ ପକ୍ଷରୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି।
ମନ୍ଦିର କାର୍ଯ୍ୟନିର୍ବାହୀ ତାଙ୍କ ଜବାବରେ କହିଛନ୍ତି ଏହା ଏଏସଆଇ କରୁଥିଲା। ତେଣୁ ଏଏସଆଇ ହିଁ କରିବ। ତେବେ ଯଦି ଏନେଇ ସମସ୍ୟା ଅଛି ତେବେ ଆସନ୍ତା ସମନ୍ବୟ ବୈଠକରେ ନିଷ୍ପତ୍ତି ହେବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ଏହି ବୈଠକରେ ସେବାୟତମାନେ ଅସନ୍ତୋଷ ପ୍ରକାଶ କରି ଫେରିଯାଇଥିଲେ। ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ସମର୍ଥା ନିଯୋଗର ପ୍ରତିନିଧିଙ୍କୁ ୧୧ଟାରୁ ବୈଠକକୁ ଆସିବାକୁ ଏଏସ୍ଆଇ କହିଥିଲା। ତେବେ ସେମାନେ ଯିବା ପରେ ଦିନ ୧୨ଟା ୪୦ରେ ବୈଠକ ପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୁହାଯାଇଛି ବୋଲି ଏଏସ୍ଆଇ କହିଥିଲା। ଫଳରେ ସେମାନେ ବୈଠକରେ ଯୋଗ ନଦେଇ ଫେରିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/lingaraj-temple.jpg)