ଅନ୍‌ଲାଇନରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ଉତ୍ସବ

ବାରଙ୍ଗ : ସ୍ଥାନୀୟ ବିଦ୍ୟାଧରପୁସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ଉତ୍ସବ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଅନ୍‌ଲାଇନ ମାଧ୍ୟମରେ ସମସ୍ତଙ୍କୁ ଆଶୀର୍ବାଦ ଓ ଶୁଭେଚ୍ଛା ପ୍ରଦାନ କରିଥିଲେ। ଏକ ସୁନ୍ଦର ପୃଥିବୀ ଗଠନ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ। ଏହି ଉତ୍ସବରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଅଫ୍‌ କମ୍ପାନିର ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଠିନ ସମୟ କ୍ଷଣସ୍ଥାୟୀ, କିନ୍ତୁ କଠିନ ପରିଶ୍ରମୀ ଲୋକ ଚିରସ୍ଥାୟୀ ବୋଲି ସେ କହିଥିଲେ। ବିଶ୍ୱବିଦ୍ୟାଳୟର ସଭାପତି ରଂଜିତା କୁଲକର୍ଣ୍ଣୀ, କୁଳପତି ଅଜୟ କୁମାର ସିଂ, କୁଳସଚିବ ପ୍ରଫେସର ବି. ଆର୍‌ ଶର୍ମା ଓ କାର୍ମିକ ନିର୍ଦ୍ଦେଶକ ନରେନ୍ଦ୍ର ଲାମ୍ବା ଯୋଗ ଦେଇଥିଲେ।

ଏହି ସମାବେଶରେ ସ୍ନାତକ ଏବଂ ସ୍ନାତକୋତ୍ତର ବିଭାଗର ମୋଟ ୩୯୭ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଭାଗର ୧୭ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସୁଶ୍ରୀ ପ୍ରିୟଙ୍କା ସକ୍ସସେନା ଏମ୍‌ବିଏ ବିଭାଗରେ ଶ୍ରେଷ୍ଠ ଛାତ୍ରୀରୂପେ ବିବେଚିତ ହୋଇଥିଲେ। ଅନ୍ୟ ବିଭାଗ ମଧ୍ୟରେ ଦୋଗା ଦିବ୍ୟା(ଏମ୍‌ଏ ଯୋଗ), ପ୍ରିୟଙ୍କା ଦାସ (ଏମ୍‌ଜେଏମସି), ସୁରେନ୍ଦ୍ର ଚନ୍ଦ୍ର ତ୍ରିପାଠୀ (ଏମ୍‌ଏ ସଂସ୍କୃତ ), ୟେଲିଗାଲା ଅଭିଷେକ (ବିଟିଟିଏମ୍‌), ଶିବାଶିଷ ସନ୍ୟାଲ(ବିବିଏ), ଅନ୍ୱେଷା ପଟ୍ଟନାୟକ(ବିକମ୍‌), ପ୍ରଜ୍ଞା ପାଠକ(ବିଏ ଯୋଗ ବିଜ୍ଞାନ), ସସ୍ମିତା ପଣ୍ଡା (ବ୍ୟାଚେଲର ଅଫ ପର୍‌ଫର୍ମିଙ୍ଗ ଆର୍ଟସ, ଓଡ଼ିଶୀ), ବିଶାଳ କୁମାର ସିଂ(ବିପିଏ-ହିନ୍ଦୁସ୍ତାନୀ ଭୋକାଲ), ଚୈତନ୍ୟ ରାମ ଦମ୍‌ଭାରେ( ବ୍ୟାଚେଲର୍‌ ଅଫ୍‌ ଭିଜୁଆଲ୍‌ ଆର୍ଟସ) ଏବଂ ସୁଶ୍ରୀ ସୁବ୍ରମଣ୍ୟମ୍‌ ଆୟର (ବି.ଆର୍ଚ୍ଚ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ହିତେଶ ଶିବାନୀ, ଦୀକ୍ଷା କୁମାରୀ, ଅନ୍‌ସୁଲ ସିହ୍ନାଲ, ଅରୁନ୍ଧତୀ ଉପାଧ୍ୟୟ ଏବଂ ଆକାଂକ୍ଷା ପଟ୍ଟନାୟକଙ୍କୁ ଏମ୍‌ବିଏ ବିଭାଗରୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ଅଜିତ କୁମାର ନନ୍ଦ ଓ ଅଭିପ୍ସା ମହାନ୍ତିଙ୍କୁ ପିଏଚଡି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅନ୍‌ଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ୧୧ ହଜାର ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକା, ସରକାରୀ କର୍ମଚାରୀ, ଜିଲ୍ଲା ପ୍ରଶାସନ, ପୁଲିସ, ବ୍ୟବସାୟୀ, ଟ୍ରଷ୍ଟି, ଆର୍ଟ ଅଫ ଲିଭିଂର ଆପେକ୍ସ ସଦସ୍ୟ ଓ ଶିକ୍ଷକବୃନ୍ଦ ଯୋଗଦାନ କରିଥିଲେ।

ସମ୍ବନ୍ଧିତ ଖବର