ବାଲିପାଟଣା : ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର

ବାଲିପାଟଣା : ଗ୍ୟାସ ସିଲିଣ୍ଡର ଫାଟି ବାଲିପାଟଣା ବ୍ଲକ ତୁରିନ୍ତିରା ପଞ୍ଚାୟତ ନରଦା ବସ୍ତିର ମୀର ତୟବ ଅଲ୍ଲୀଙ୍କ ଘର ଜଳିଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ କୌଣସି କାରଣରୁ ଅଲ୍ଲୀଙ୍କ ଘରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା। ସେହି ଘରେ ଶୋଇଥିବା ଅଲ୍ଲୀଙ୍କ ପତ୍ନୀ ରୁଖେୟା ବିବି ଓ ପୁଅ, ଝିଅ ଉଠିପଡ଼ି ପଦାକୁ ଚାଲିଆସିବାର କିଛି କ୍ଷଣ ପରେ ଟାଙ୍କିଟି ଫାଟି ଥିଲା ବୋଲି ଅଲ୍ଲୀ କହିଛନ୍ତି। ଅଗ୍ନିକାଣ୍ତରେ ଦୁଇବଖରା ଚାଳଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ସୌଭାଗ୍ୟବଶତଃ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଗ୍ନିକାଣ୍ତର କାରଣ ଜଣା ପଡ଼ିନାହିଁ। ଖବର ପାଇ ବାଲିପାଟଣା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଆଇତଳଙ୍କ ଆରଆଇ ତଦନ୍ତ କରିଛନ୍ତି। ଆଜି ସଂଧ୍ୟାରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି କ୍ଷତିଗ୍ରସ୍ତ ପରିବାରକୁ ଭେଟି ସରକାରୀ ସହାୟତା ଯୋଗାଇ ଦିଆଯିବ ‌ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର