୬ରେ ରୋଷେୟା ଏବଂ ସେବାୟତ ସଂଘର ଧାରଣା

ସରକାରଙ୍କ ନାଲି ଆଖିକୁ ଆମେ ଡରିନୁ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି (ଏସ୍‌ଟି ଏସ୍‌ସି) ଉନ୍ନୟନ ବିଭାଗ ଅଧୀନରେ ଥିବା ସରକାରୀ ଆଦିବାସୀ ବିଦ୍ୟାଳୟରେ କାର୍ଯ୍ୟରତ ରୋଷେୟା ଓ ସେବାୟତମାନେ ତାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉନଥିବାରୁ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦରେ ସଂଘ ପକ୍ଷରୁ ଡିସେମ୍ବର ୬ରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ଆଜି ରୋଷେୟା ଏବଂ ସେବାୟତ ସଂଘ ପକ୍ଷରୁ କର୍ମଚାରୀ ଭବନ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ସାରାକା କୀର୍ତି କହିଛନ୍ତି, ଆମେ କୋଡ଼ିଏ ବର୍ଷ ହେଲାଣି ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛୁ। ରାଜ୍ୟରେ ଥିବା ୮୧୦୧ ଜଣ ରୋଷେୟା, ସେବାୟତଙ୍କୁ ସ୍ଥାୟୀ ନିଯୁକ୍ତି, ଟେମ୍ପରାରି ଷ୍ଟାଟସ୍‌ ପାଇଥିବା ୮୧୮ ଜଣଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଆମର ପ୍ରମୁଖ ଦାବି ରହିଛି। ଉପସଭାପତି ସୂର୍ଯ୍ୟକାନ୍ତ ବେହେରା କହିଛନ୍ତି, ଆମର ନ୍ୟାଯ୍ୟ ଦାବି ନେଇ ବିଭାଗୀୟ ଅଧିକାରୀ, ମନ୍ତ୍ରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେମାାନ କର୍ଣ୍ଣପାତ କରୁନାହାନ୍ତି। ବିଡ଼ମ୍ବନାର ବିଷୟ ଡିସେମ୍ବର ୬ ଧାରଣାକୁ ଭଣ୍ଡୁର କରିବା ପାଇଁ ଓଲଟା ଏସ୍‌ଟି ଏସ୍‌ସି ଉନ୍ନୟନ ବିଭାଗ ଚକ୍ରାନ୍ତ ଚଳାଇଛି। ବିଭାଗ ପକ୍ଷରୁ ଲିଖିତ ଭାବେ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ଯେଉଁମାନେ ଧାରଣାରେ ସାମିଲ ହେବେ ସମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ। ଏହା ଅତ୍ୟନ୍ତ ଅଗଣତାନ୍ତ୍ରିକ ତଥା ଅମାନବୀୟ ଘଟଣା। ସରକାରଙ୍କ ଏପରି ନାଲି ଆଖିକୁ ଆମେ ଡରି ନାହୁଁ। ନିର୍ଧାରିତ ତାରିଖରେ ଧାରଣା ଦିଆଯିବ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ନିରଞ୍ଜନ ବେହେରା, ଉପସଭାପତି ଦାମୋଦର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର