କଟକ : ସ୍ୱପ୍ନ ଫାଉଣ୍ଡେସନ ପକ୍ଷରୁ କଟକ ସହରରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଫାଉଣ୍ଡେସନ୍‌ର କର୍ମକର୍ତ୍ତାମାନେ ସହରର ପ୍ରତି ଛକରେ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ। କିଛିଦିନ ହେଲା କରୋନା ମହାମାରୀ ଦ୍ବିତୀୟ ଲହରୀ ଦେଖା ଦେଇଛି। ଏ ସମ୍ପର୍କରେ ଫାଉଣ୍ଡେସନ୍‌ର ସଭାପତି ସୁଧାଂଶୁ ପାତ୍ର ତତ୍ତ୍ବାବଧାନରେ ଓଏମ୍‌ପି ଛକ, ମଧୁପାଟଣା ଛକ, ବାଦାମବାଡ଼ି ଟ୍ରାଫିକ ଛକରେ ଲୋକଙ୍କୁ ସଚେତନ କରାଯାଇଥିଲା। ଆଗାମୀ ଦିନରେ ସହରରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଭାପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।