ଭୁବନେଶ୍ବର : ଏସ୍ସିବି ମେଡିକାଲରୁ ଖସି ଯାଇଥିବା ଆର୍ୟାଲାଣ୍ଡର କରୋନା ସନ୍ଦିଗ୍ଧ ଓ ତାଙ୍କ ସହଯୋଗୀଙ୍କ ନମୁନା ସଂଗ୍ରହ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଗତକାଲି ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା। ଆରଏମ୍ଆରସିକୁ ଦୁହିଁଙ୍କ ନମୁନା ପଠାଯାଇଥିବା ବେଳେ ରିପୋର୍ଟ ଆଧାରରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ରାଜ୍ୟରେ ୧୨ଜଣ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସମସ୍ତଙ୍କ ନମୁନା ରିପୋର୍ଟ ନେଗେଟିଭ୍ ରହିଥିଲା।
ଅପରପକ୍ଷରେ ରାଜ୍ୟରେ ଏବେ ୧୩୧ଜଣ କରୋନା ସନ୍ଦିଗ୍ଧ ସ୍ବାସ୍ଥ୍ୟ ବିଭାଗର ନଜରରେ ରହିଛନ୍ତି। ୩୯ଜଣ ବ୍ୟକ୍ତି ଘରେ ଆଇସୋଲେସନ୍ରେ ରହିଥିବା ବେଳେ ୮୬ଜଣ ବ୍ୟକ୍ତି ଆଇସୋଲେସନ୍ରୁ ବାହାର ହୋଇସାରିଛନ୍ତି। ୬ଜଣ ଏବେ ହସ୍ପିଟାଲରେ ଆଡମିଟ୍ ରହିଛନ୍ତି। ଅପରପକ୍ଷରେ କରୋନା ଭୂତାଣୁ ସଂପର୍କରେ ଲୋକଙ୍କୁ ସଚେତନତା ପାଇଁ ସରକାରଙ୍କ ତରଫରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।