୧୦୪୮ ଆକ୍ରାନ୍ତ, ୮୪୮ ସୁସ୍ଥ; ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା

ଭୁବନେଶ୍ବର : ଶୁକ୍ରବାର ରାଜଧାନୀରୁ ୧୦୪୮ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି। ଗତବର୍ଷ ରାଜଧାନୀରେ କରୋନା ଶୀର୍ଷରେ ଥିବା ବେଳେ ବି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପି ନଥିଲା। ଏବେ କମ୍‌ ଦିନରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଛୁଇଁ ଯାଇଥିବାରୁ କୋଭିଡ୍‌ ହସ୍ପିଟାଲରେ ଶଯ୍ୟା ଅଭାବ ଦେଖାଦେଇଛି। ଶୁକ୍ରବାର କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଶୁକ୍ରବାର ରାଜଧାନୀ ୧୦୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ୮୪୮ଜଣ ସୁସ୍ଥ ହୋଇଥିବାରୁ ଏହା ଆଶ୍ବସ୍ତ କରିଛି।

ଶୁକ୍ରବାର ପଟିଆରୁ ସର୍ବାଧିକ ୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଆଚାର୍ଯ୍ୟବିହାରରୁ ୧୪ଜଣ, ଆଇଆର୍‌ସି ଭିଲେଜରୁ ୧୮ଜଣ, ମଞ୍ଚେଶ୍ବରରୁ ୧୯ଜଣ, ଝାରପଡ଼ାରୁ ୧୪ଜଣ, ବଡ଼ଗଡ଼ରୁ ୩୪ଜଣ, ବିଜେବି ନଗରରୁ ୧୬ଜଣ, ଚନ୍ଦ୍ରଶେଖରପୁରରୁ ୪୧ଜଣ, ଖଣ୍ଡଗିରିରୁ ୩୧ଜଣ, ଭୀମଟାଙ୍ଗିରୁ ୧୩ଜଣ, ବରମୁଣ୍ଡାରୁ ୩୦ଜଣ, ନୀଳଦ୍ରିବିହାରରୁ ୩୦ଜଣ, ଡୁମଡୁମାରୁ ୧୫ଜଣ, ବମିଖାଲରୁ ୧୭ଜଣ, ପୁରୁଣା ଭୁବନେଶ୍ବରରୁ ୩୮ଜଣ, ଲକ୍ଷ୍ମୀସାଗରରୁ ୩୭ଜଣ, ଶୈଳଶ୍ରୀବିହାରରୁ ୨୬ଜଣ, ସୁନ୍ଦରପଦାରୁ ୩୨ ଜଣ, ଭିଏସ୍‌ଏସ୍‌ ନଗରରୁ ୨୩ଜଣ, ସହିଦ ନଗରରୁ ୨୦ଜଣ, ଟଙ୍କପାଣି ରୋଡ୍‌ରୁ ୧୮ଜଣ, ରସୁଲଗଡ଼ରୁ ୧୮ଜଣ ୟୁନିଟ-୩ରୁ ୨୭ଜଣ, ନୂଆପଲ୍ଲୀରୁ ୪୫ଜଣ, ୟୁନିଟ୍‌-୬ରୁ ୧୩ଜଣ, ପାତ୍ରପଡ଼ାରୁ ୧୪ଜଣ, ୟୁନିଟ୍‌-୮ରୁ ୧୯ଜଣ, ୟୁନିଟ୍‌-୪ରୁ ୧୮ଜଣ, ପୋଖରୀପୁଟ୍‌ରୁ ୧୨ଜଣ, ୟୁନିଟ୍‌-୯ରୁ ୩୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ବହୁ ସ୍ଥାନରୁ ୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର