ହଜାରେ ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା

୯୮୮ ଆକ୍ରାନ୍ତ, ୭୭୭ ସୁସ୍ଥ, ୨ ମୃତ

ଭୁବନେଶ୍ବର : ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲାରୁ ୨୨୦୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା। ତେଣୁ କରୋନା ସଂକ୍ରମଣରେ ଶୀର୍ଷରେ ଥିବା ଭୁବନେଶ୍ବରରୁ ଆଜି ପ୍ରାୟ ୧୫ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଥିଲା। ହେଲେ ଆଜି ହଜାରେରୁ କମ୍ ଅାକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତାର ଦୁଇ ଦିନ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗି ୧୨୯୪ରେ ପହଞ୍ଚିବା ପରେ ଆଜି ପୁଣି କମିଛି। ହେଲେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା କମ୍ ରହିବା ଚିନ୍ତାର ବିଷୟ ପାଲଟିଛି। ଆଜି ଭୁବନେଶ୍ବରରୁ ୯୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା‌ବେଳେ ୧୬୬ଜଣ ସଙ୍ଗରୋଧରୁ ଓ ୮୨୨ଜଣ ସ୍ଥାନୀୟ ସଂକ୍ରମିତ। ସେହିପରି ୭୭୭ ଜଣ ସୁସ୍ଥ ହୋଇଥିବାବେଳେ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଆଜି ପୁରୁଣା ଭୁବନେଶ୍ବରରୁ ସର୍ବାଧିକ ୬୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୂଆପଲ୍ଲୀରୁ ୬୪ଜଣ, ପଟିଆରୁ ୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ମୀସାଗରରୁ ୩୨ଜଣ, ଚନ୍ଦ୍ରଶେଖରପୁରରୁ ୨୭ଜଣ, ବଡ଼ଗଡ଼ରୁ ୩୩ଜଣ, ମଞ୍ଚେଶ୍ବରରୁ ୨୭ଜଣ, ସିଆର୍ପି ଛକରୁ ୩୧ଜଣ, ଝାରପଡ଼ାରୁ ୪୪ଜଣ, ଖଣ୍ଡଗିରିରୁ ୩୮ଜଣ, ଡୁମଡୁମାରୁ ୪୦ଜଣ, ୟୁନିଟ-୯ରୁ ୧୭ଜଣ, ବାଣୀବିହାରରୁ ୧୨ଜଣ, ଶାସ୍ତ୍ରୀନଗରରୁ ୧୯ଜଣ, ସହିଦନଗରରୁ ୨୩ଜଣ, ୟୁନିଟ-୬ରୁ ୧୭ଜଣ, ରସୁଲଗଡ଼ରୁ ୨୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର