ଭୁବନେଶ୍ବର : ରାଜଧାନୀରେ ବୁଧବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୧ ରହିଛି। ମଙ୍ଗଳବାର ୨୨୩ ରହିଥିବା ବେଳେ ବୁଧବାର ପୁଣି ବଢ଼ିଛି। ତେବେ ସୁସ୍ଥଙ୍କ ସଂଖ୍ୟା ବି ବଢ଼ିଛି। ମଙ୍ଗଳବାର ସୁସ୍ଥଙ୍କ ସଂଖ୍ୟା ୨୦୪ ରହିଥିଲା। ବୁଧବାର ଏହି ସଂଖ୍ୟା ୨୨୩ ରହିଛି। ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମୁନାହିଁ। ମଙ୍ଗଳବାର ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୨୮୨୮ ଥିବା ବେଳେ ବୁଧବାର ୨୮୫୩ ରେ ପହଞ୍ଚିଛି। ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୨ ହଜାର ୭୫୧ ଛୁଇଁଛି।

Advertisment

ବଡ଼କଥା ହେଉଛି ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ପ୍ରକାର ସ୍ଥିର ରହିଥିଲେ ମଧ୍ୟ ସ୍ଥାନୀୟ ସଂକ୍ରମଣ କମିବା ନାଁ ଧରୁନି। ବୁଧବାର ଚିହ୍ନଟ ହୋଇଥିବା ୨୬୨ଙ୍କ ମଧ୍ୟରୁ ସଂଗରୋଧରୁ ମାତ୍ର ୭୪ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୮୭ ରହିଛି। ଗତକାଲି ସଙ୍ଗରୋଧରୁ ୫୨ ଓ ସ୍ଥାନୀୟ ସଂକ୍ରମଣ ୧୭୧ ଥିଲା। ସେହିଭଳି ୯ ତାରିଖରେ ସ୍ଥାନୀୟ ସଂକ୍ରମଣ ୧୪୯, ୮ ତାରିଖରେ ୨୧୩, ୭ ତାରିଖରେ ୨୪୮, ୬ ତାରିଖରେ ୨୪୬, ୫ ତାରିଖରେ ୧୯୫ ଓ ୪ ତାରିଖରେ ସ୍ଥାନୀୟ ସଂକ୍ରମଣ ୨୦୪ ଥିଲା। ପ୍ରତ୍ୟେକ ଦିନ ସଂଗରୋଧରୁ ଚିହ୍ନଟ ‌ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ଏହି ସ୍ଥାନୀୟ ସଂକ୍ରମଣ ଅଧିକା ରହିବା ଚିନ୍ତାର ବିଷୟ ହୋଇଛି। ବୁଧବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୧୯, ପୁରୁଣା ଭୁବନେଶ୍ବରରୁ ୧୧, ଡୁମୁଡ଼ୁମାରୁ ୯, ନୂଆପଲ୍ଲୀ, ଭୀମଟାଙ୍ଗି, ବିଜେବି ନଗର ଓ ସୁନ୍ଦରପଦାରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।