ଭୁବନେଶ୍ବର: କରୋନା କେବଳ ବ୍ୟାବସାୟିକ ସଂସ୍ଥାକୁ ବିଗାଡ଼ି ଦେଇନାହିଁ, କରୋନା ହେବା ଭୟରେ ଥଣ୍ଡା ପାନୀୟ ଓ ଆଇସକ୍ରିମ ବ୍ୟବସାୟ ବି ଅନେକ ଭବେ ପ୍ରଭାବିତ ହୋଇଛି। ଏହା ଫଳରେ ରାଜଧାନୀର ବିଭିନ୍ନ ଆଇସକ୍ରିମ ଫ୍ୟାକ୍ଟ୍ରିରେ ତାଲା ଝୁଲୁଛି। ଏମିତି କି ଆଇସକ୍ରିମ ବିକିବା ପାଇଁ କ୍ଷୁଦ୍ର ବ୍ୟବସାୟୀ ବ୍ୟବହାର କରୁଥିବା ଗାଡ଼ି ଉପରେ ଅନାବନା ଲଟା ମାଡ଼ିଗଲାଣି। ଆଇସକ୍ରିମ ମୁଖ୍ୟତଃ ସ୍କୁଲ୍, କଲେଜ୍ ଭଳି ଶିକ୍ଷାନୁଷ୍ଠାନ ନିକଟରେ ଅଧିକ ବିକ୍ରି ହୋଇଥାଏ।
ମାତ୍ର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଏଯାଏ ଅନୁମତି ମିଳିନାହିଁ। ତେଣୁ ଆଇସକ୍ରିମ ବିକ୍ରିର ମୁଖ୍ୟ ଗ୍ରାହକ ଛାତ୍ରଛାତ୍ରୀମାନେ ବାହାରକୁ ବାହାରୁ ନ ଥିବାରୁ ଏପରି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ବ୍ୟାପକ କ୍ଷତିର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ଏମିତିକି ବଡ଼ ବଡ଼ ସଭା, ସମିତି ଓ ପର୍ବପର୍ବାଣୀ ସ୍ଥଳରେ ଆଇସକ୍ରିମ ବେପାରୀମାନେ ଭିଡ଼ ଜମାଉଥିଲେ ହେଁ ଏବେ ସାମାଜିକ ଦୂରତା ନିୟମ ଯୋଗୁଁ ସଭା ସମିତି ବନ୍ଦ ରହିଛି। ଆଇସକ୍ରିମ ଫ୍ୟାକ୍ଟ୍ରି ପକ୍ଷରୁ ଦୋକାନମାନଙ୍କୁ ମଧ୍ୟ ଆଇସକ୍ରିମ ଯୋଗାଣ ହେଉନାହିଁ। ଅନେକ ଥଣ୍ଡା ଭୟରେ ଆଇସକ୍ରିମ ଖାଇବା ପାଇଁ ପ୍ରସ୍ତୁତ ନୁହନ୍ତି। ଏହା ମଧ୍ୟ ଆଇସକ୍ରିମରେ ତାଲା ଝୁଲିବାର ମୁଖ୍ୟ କାରଣ ପାଲଟିଛି ବୋଲି ବ୍ୟବସାୟୀମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/sfhsfh7sf98h7sfh897h987sfh98sfhsfhfh.jpg)