କରୋନା କଟକଣା ଯୋଗୁଁ ପଖାଳ ଦିବସ ଫିକା

ଭୁବନେଶ୍ବର : ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’ର ଲୋକପ୍ରିୟତା ଓ ପ୍ରଚାରପ୍ରସାର ପାଇଁ ପାଳନ କରାଯାଉଥିବା ‘ପଖାଳ ଦିବସ’ ଆଜି କରୋନା କଟକଣା ଯୋଗୁଁ ଫିକା ପଡ଼ିଛି। ସରକାରଙ୍କ ସାମାଜିକ ଦୂରତା ରକ୍ଷା ନେଇ ପ୍ରଚାର ପ୍ରସାରକୁ ସମ୍ମାନ ଦେଇ ଅଧିକାଂଶ ଲୋକ ଆଜି ନିଜ ନିଜ ଘରେ ପଖାଳ ଖାଇ ଏହି ଦିବସକୁ ପାଳିଛନ୍ତି। ହୋଟେଲଗୁଡ଼ିକରେ ସ୍ବତନ୍ତ୍ର ଆୟୋଜନ କରାଯାଇନି। ବିଗତ ଦିନରେ ଯେଭଳି ପଖାଳ ପାର୍ଟି ଆୟୋଜନ କରାଯାଉଥିଲା, ତାହା ଆଜି ଦେଖିବାକୁ ମିଳି ନ ଥିଲା। ଯେଉଁ ହୋଟେଲଗୁଡ଼ିକରେ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଥିଲା, ସେଠି ‌ଗ୍ରାହକଙ୍କ ବି ଦେଖା ନ ଥିଲା। କେବଳ ‌ସାମାଜିକ ଗଣମାଧ୍ୟମରେ କିଏ ପଖାଳ ଫଟୋ ଛାଡ଼ି ତ’ ଆଉ କିଏ ଗତ ବର୍ଷ ପାଳିଥିବା ‘ପଖାଳ ଦିବସ’ ସ୍ମୃତିକୁ ମନ ପକାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର