ପୁଲିସଙ୍କୁ କରୋନା ମହାଯୋଦ୍ଧା ସମ୍ମାନ

ଚନ୍ଦ୍ରଶେଖରପୁର: ଏଥର ଅକ୍ଷୟ ତୃତୀୟାକୁ ନିଆରା ଢଙ୍ଗରେ ପାଳନ କରିଛି ନିଖିଳ ଓଡ଼ିଶା ପାଇକ ମହାସଂଘ। କରୋନା ପାଇଁ କଟକଣା ଲାଗୁ ହୋଇଥିବାରୁ ପୁଲିସ କର୍ମଚାରୀଙ୍କ ଗହଣରେ ଅକ୍ଷୟ ତୃତୀୟା ଉତ୍ସବ ପାଳନ କରିଛି ମହାସଂଘ। ପାଇକ ମହାସଂଘ ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁସାରେ ଏହି କାର୍ଯ୍ୟକ୍ରମ କରାଯିବା ପରେ ଭିଏସ୍‍ଏସ୍‍ ନଗର ଫାଣ୍ଡିରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ‘କରୋନା ମହାଯୋଦ୍ଧା ସମ୍ମାନ’ ପ୍ରଦାନ କରାଯାଇଥିଲା।
ଭିଏସ୍‍ଏସ୍‍ ନଗର ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ରାଉତଙ୍କ ସମେତ ଶରତ ଦଳବେହେରା, ଲୋକନାଥ ଦାସ, ରମେଶ ଚନ୍ଦ୍ର ବେହେରା, ପ୍ରମୋଦ ପତି, ମନୋଜ ବେହେରା, ମାନସ ରଞ୍ଜନ ସାହୁ, ରଞ୍ଜନ ଦାସ, ପ୍ରଫୁଲ୍ଲ ମାତୀ, ସେକ୍‍ ଇବ୍ରହିମ୍‍, ଏ.କେ. ସେଠୀ ପ୍ରମୁଖ ପୁଲିସ କର୍ମଚାରୀଙ୍କୁ ‘କରୋନା ମହଯୋଦ୍ଧା ସମ୍ମାନ’ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ ପାଲଟାସିଂହ କହିଲେ କରୋନା ଲଢ଼େଇରେ ସାମିଲ ହୋଇଥିବା ଯୋଦ୍ଧାଙ୍କ ଗହଣରେ ଓଡ଼ିଆ ପାଇକ ମହାସଂଘ ପବିତ୍ର ଅକ୍ଷୟ ତୃତୀୟା ପାଳନ କରି ଧନ୍ୟ ମନେ କରୁଛି। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପାଇକ ମହାଂସଘ ସଭାପତି ଗୁରୁ ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ରାଜ୍ୟ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ଇଂ ଶିବପ୍ରସାଦ ମିଶ୍ର, ରଞ୍ଜନ ବଳିଆରସିଂହ, ସାମ୍ବାଦିକ ରମାକାନ୍ତ ମହାନନ୍ଦ, ରାଜୀବ ନୟନ ରଥ, ଶାରଦା ପ୍ରସାଦ ଦାଶ, ସମରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର