ବାଲିପାଟଣା : କରୋନା ଜରିମାନା ୩୦ ହଜାର ଟଙ୍କା

ବାଲିପାଟଣା : କରୋନା ସଂକ୍ରମଣ ରୋକିବା ପାଇଁ ବାରମ୍ବାର ପ୍ରଶାସନର ତାଗିଦ ଓ ଜନ ସଚେତନତା ସତ୍ତ୍ବେ ଅମାନିଆଙ୍କୁ ସାବାଡ୍‌ କରିବା ସମ୍ଭବ ହେଉନାହିଁ। ତେଣୁ ନିୟମିତ ବ୍ୟବଧାନରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଉଛି। ଆଜି ବାଲିପାଟଣା ତହସିଲ ପ୍ରଶାସନ ଏବଂ ପୁଲିସ ପ୍ରଶାସନ ମିଳିତ ଚଢ଼ଉ କରି ଅମାନିଆଙ୍କଠାରୁ ଜରିମାନା ବାବଦରେ ୩୦ ହଜାର ଟଙ୍କା ଆଦାୟ କରିଛନ୍ତି। ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ଓ ଆଜି ଅପରାହ୍‌ଣରେ ବାଲିପାଟଣା ବଜାର, ଅଠାନ୍ତର ଏବଂ ବନମାଳିପୁର ଅଞ୍ଚଳରେ ଚଢ଼ଉ କରାଯାଇଥିଲା।

ସମ୍ବନ୍ଧିତ ଖବର