ଲମ୍ପି ଗୋରୁଙ୍କ ପାଇଁ କରୋନା: କୋଟିଏ ଗୋରୁଙ୍କୁ ଟିକାକରଣ ଚ୍ୟାଲେଞ୍ଜ, କ୍ଷୀର ଉତ୍ପାଦନ ହ୍ରାସ ଆଶଙ୍କା

ଭୁବନେଶ୍ବର: ଗୋରୁଙ୍କ ମଧ୍ୟରେ କରୋନା ଭଳି ଅଟେ ଲମ୍ପି ଚର୍ମ ରୋଗ। କରୋନା ଭଳି ଏହାର କୌଣସି ଔଷଧ ନାହିଁ କିନ୍ତୁ ପ୍ରତିଷେଧକ ବ୍ୟବସ୍ଥା ଭାବରେ ଟିକା ଦିଆଯାଉଛି। ରାଜ୍ୟରେ ୧ କୋଟି ୨୫ ଲକ୍ଷ ଗୋରୁ ଅଛନ୍ତି, ଏତେ ସଂଖ୍ୟକ ଗୋରୁଙ୍କୁ ଟିକା ଦେବା ପଶୁପାଳନ ବିଭାଗ ପାଇଁ ଚ୍ୟାଲେଞ୍ଜ। ଅନ୍ୟ ଦିଗରେ ଏହି ଲମ୍ପି ରୋଗ ଯୋଗୁଁ ଚଳିତ ବର୍ଷ ରାଜ୍ୟର କ୍ଷୀର ଉତ୍ପାଦନ ୧୦ ପ୍ରତିଶତ ପ୍ରଭାବିତ ହେବା ନେଇ ଆଶଙ୍କା କରିଛନ୍ତି ଓୟୁଏଟି ପଶୁପାଳନ ବିଭାଗର ପ୍ରଫେସର ସୁଶାନ୍ତ ଦାସ। ସେ କହିଛନ୍ତି, ଏହି ଭୂତାଣୁ ଜନୀତ ରୋଗ ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଏହାର ପ୍ରଭାବ ବିଳମ୍ବରେ ଦେଖାଯାଉଛି। ଚାଷୀ ଏଥିପାଇଁ କ୍ଷତିଗ୍ରସ୍ତ ହେବେ କିନ୍ତୁ ଅନ୍ୟ ରାଜ୍ୟ ଭଳି ନୁହେଁ। .

ଏହାର କାରଣ ହେଲା, ରାଜ୍ୟରେ ସମୁଦାୟ ଗୋରୁଙ୍କ ମଧ୍ୟରୁ ୮୫ ପ୍ରତିଶତ ଦେଶୀ ଗୋରୁ ଅଛନ୍ତି। ଏମାନଙ୍କ ରୋଗ ପ୍ରତିଷେଧକ ଶକ୍ତି ଅଧିକ ଥାଏ। ତେଣୁ ଲମ୍ପିରେ ପୀଡ଼ିତ ହେଲେବି ସେମାନଙ୍କ ମୃତ୍ୟୁ ହେଉ ନାହିଁ। ଏମାନଙ୍କ ରୋଗ ପ୍ରତିଷେଧକ ଅଧିକ ଥାଏ। ସବୁ ଜିଲ୍ଲାରେ ବ୍ୟାପିଥିଲେ ମଧ୍ୟ ଗଞ୍ଜାମ ଏବଂ କଟକରେ ସର୍ବାଧିକ ଅଛନ୍ତି। ଆଗାମୀ ଦିନରେ ଏହା ଆହୁରି ବଢ଼ିବ। ଏହି ରୋଗରେ ଜ୍ବର ହୋଇ ଗଣ୍ଠି ଫାଟି ଘା’ ହୋଇଯାଏ। ଗୋରୁଙ୍କ ରୋଗ ପ୍ରତିଷେଧକ ଶକ୍ତି ଥିଲେ ସେମାନେ ବଞ୍ଚି ଯାଆନ୍ତି। ନଚେତ ସେମାନଙ୍କ ମୃତ୍ୟୁ ହୁଏ। ଏହା ମଣିଷ ଶରୀରକୁ ସଂକ୍ରମିତ କରୁ ନାହିଁ।

ସମ୍ବନ୍ଧିତ ଖବର