କ୍ୟାପିଟାଲ ହସ୍ପିଟାଲରେ ବଢ଼ୁଛି କରୋନା

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ହସ୍ପିଟାଲରୁ ଆଜି ୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜଣେ କୋଭିଡ୍‌ ପାଇଁ ଆସିଥିବା ରାଜ୍ୟ ସରକାରଙ୍କ ଅଧିକାରୀ ହୋଇଥିବା ବେଳେ ଆଉ ଜଣେ ସ୍ତ୍ରୀ ଓ ପ୍ରସୂତି ୱାର୍ଡର ଆଟେଣ୍ଡାଣ୍ଟ ବୋଲି ସୂଚନା ମିଳିଛି। ଏମାନଙ୍କ ସଂପର୍କରେ ବିଶେଷ ସୂଚନା ମିଳି ନ ଥିଲେ ହେଁ, ଅଧିକାରୀଙ୍କ ସଂସ୍ପର୍ଶରେ ହସ୍ପିଟାଲର ୩ଜଣ କର୍ମଚାରୀ ଆସିଥିବା ବେଳେ ସେମାନଙ୍କୁ ସଙ୍ଗରୋଧରେ ରହିବା ଲାଗି କୁହାଯାଇଛି। ଅପରପକ୍ଷରେ ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ପଜିଟିଭ୍ ଚିହ୍ନଟ ହୋଇଥିବା ଆଟେଣ୍ଡାଣ୍ଟଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଉଲ୍ଲେଖ ଯେ, କ୍ୟାପିଟାଲ ହସ୍ପିଟାଲରେ ବହୁ ସଂଖ୍ୟାରେ ରୋଗୀ, କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲ କର୍ତୃପକ୍ଷ ଓପିଡି ବା ବହିର୍ବିଭାଗକୁ ଗୋଟିଏ ବେଳା କାର୍ଯ୍ୟକ୍ଷମ କରୁଛନ୍ତି।

ସମ୍ବନ୍ଧିତ ଖବର