ଭୁବନେଶ୍ୱର: ଅକ୍ଟୋବର ଓ ନଭେମ୍ବର ପାଇଁ ବିଏମ୍ସି ପକ୍ଷରୁ ଏସ୍ଓପି ଜାରି କରାଯାଇଛି। ଏହି ଦୁଇ ମାସରେ ଲକ୍ଷ୍ମୀପୂଜା ଭଳି ଦୀପାବଳି, କାଳୀପୂଜା, କାର୍ତ୍ତିକ ପୂର୍ଣ୍ଣିମା ଭଳି ଗୁରୁତ୍ବପୂର୍ଣ୍ଣ ପୂଜା ଓ ପର୍ବପର୍ବାଣୀ ରହିଛି। ଗହଳି ଯୋଗୁଁ କରୋନା ସଂକ୍ରମଣର ଆଶଙ୍କା ଥିବାରୁ କଟକଣା ଲାଗୁ କରାଯାଇଛି। ବିଏମ୍ସିର ମାର୍ଗଦର୍ଶିକା ଅନୁଯାୟୀ ମଣ୍ଡପରେ ପୂଜା ହେବ, କିନ୍ତୁ ଗହଳି ହେବ ନାହିଁ। କେବଳ ବିଧି ଅନୁଯାୟୀ ପୂଜା ସମ୍ପନ୍ନ କରାଯିବ। ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର୍ ବ୍ୟବହାର କରାଯିବ। ପୂଜା ପାଇଁ ପୁଲିସ କମିସନରଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। ମଣ୍ଡପକୁ ତିନିପାର୍ଶ୍ବରୁ ବନ୍ଦ ରଖାଯିବ। ଅନ୍ୟ ଖୋଲା ପାର୍ଶ୍ବରେ କେବଳ ପୁରୋହିତ ବ୍ୟବହାର ପାଇଁ ରଖାଯିବ। କିନ୍ତୁ ତାହାକୁ ବନ୍ଦ ରଖାଯିବ, ଯେମିତିକି ସାଧାରଣ ଭକ୍ତ ଦର୍ଶନ କରିପାରିବେ ନାହିଁ। ମୂର୍ତ୍ତି ଉଚ୍ଚତା ୪ଫୁଟ୍ରୁ ଅଧିକ ହେବ ନାହିଁ। ଶୋଭାଯାତ୍ରା ହୋଇପାରିବ ନାହିଁ, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ। ସେହିପରି ଆୟୋଜକଙ୍କ ମଧ୍ୟରୁ କେବଳ ୭ଜଣ ମଣ୍ଡପରେ ଏକ ସମୟରେ ଉପସ୍ଥିତ ରହିପାରିବେ ବୋଲି ବିଏମ୍ସି ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।
ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମାରେ ବି ରହିବ କରୋନା କଟକଣା
/sambad/media/post_attachments/wp-content/uploads/2021/10/corona.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)