ଭୁବନେଶ୍ବର : ଭୁବନେଶ୍ବରରେ କରୋନା ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୮୦୩ ରହିଥିଲା। କ୍ରମାଗତ ଭାବରେ ବଢ଼ି ବଢ଼ି ଚାଲିଥିବାରୁ ଚିନ୍ତା ବଢ଼ିଛି। ଅନ୍ୟପଟେ ବିଏମ୍ସି କାର୍ଯ୍ୟାଳୟରେ ମଧ୍ୟ କରୋନା ମାଡ଼ୁଛି। ୩ ଦିନ ତଳେ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୨ ଜଣ ଚିହ୍ନଟ ହୋଇଛନ୍ତି। ଏଣୁ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଲଗାଯାଇଛି। ତେବେ ଅଫିସ୍ ପୂର୍ବବତ୍ ଚାଲିଛି। ଏସ୍ଆର୍ସି, ଓସ୍ଡମା, ପୁଲିସ୍ ଥାନା, ଅଗ୍ନିଶମ ସେବା, ସ୍ବାସ୍ଥ୍ୟ ସେବା, ମହାନଗନର ନିଗମ ଅଫିସ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବା ଆଦେଶ ଥିବାରୁ ଅନ୍ୟ କର୍ମଚାରୀମାନେ ଅଫିସ୍ ଆସୁଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୦୫ ଆକ୍ରାନ୍ତଙ୍କ ମଧ୍ୟରୁ ଚକେଇସିଆଣି ଅଞ୍ଚଳରୁ ସର୍ବାଧିକ ୬୨, କାନନବିହାରରେ ୩୩ ଓ ଝାରପଡ଼ା ଅଞ୍ଚଳରୁ ୨୮ ଜଣ ରହିଛନ୍ତି।
ଦିନକରେ ୧୦୫୫ ଆକ୍ରାନ୍ତ, ବିଏମ୍ସି ଅଫିସ୍ରୁ ୨୨
/sambad/media/post_attachments/wp-content/uploads/2022/01/covid-test.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)