ରଥଖଳାରେ ମହାରଣାଙ୍କୁ କରୋନା, ପ୍ରଭାବିତ ହେବନି ରୁକୁଣା ରଥ ନିର୍ମାଣ

ପୁରୁଣା ଭୁବନେଶ୍ୱର : ରୁକୁଣା ରଥ ନିର୍ମାଣରେ ନିୟୋଜିତ ଥିବା ଜଣେ ମହାରଣା କରେନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ତାଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି ଏବଂ ରଥ ନିର୍ମାଣ କାମରୁ ଦୂରେଇ ରଖାଯାଇଛି। ତେବେ ମହାରଣା ଜଣକ ସହାୟକ ଭାବେ ବାହାରୁ ଆସିଥିବାରୁ ତାଙ୍କ ଅନୁପସ୍ଥିତି ପାଇଁ ରଥ ନିର୍ମାଣରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ପ୍ରତିବର୍ଷ ରଥ ନିର୍ମାଣ ପାଇଁ ସହାୟକ ଭାବେ କିଛି ମହାରଣାଙ୍କୁ ବାହାରୁ ଆମନ୍ତ୍ରଣ କରାଯାଇଥାଏ। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ମହାରଣା ଚନ୍ଦକା ଅଞ୍ଚଳରୁ ଆସିଥିଲେ। କିଛି ଦିନ କାମ କରିବା ପରେ ସେ ଥଣ୍ଡାରେ ପୀଡ଼ିତ ହେବାରୁ ତାଙ୍କୁ ହସ୍ପିଟାଲ ପଠା ଯାଇଥିଲା। ପରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଏହି ଘଟଣା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ରଥ ଖଳାରେ କଟକଣା ଜାରି କରାଯାଇଛି। ମହାରଣା ଓ ସେବାୟତମାନେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ରଥ ନିର୍ମାଣରେ ନି‌ୟୋଜିତ ମହାରଣାମାନଙ୍କୁ କୋଭିଡ୍‌ ପରୀକ୍ଷା କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର