ପୁରୁଣା ଭୁବନେଶ୍ୱର : ଭୁବନେଶ୍ବର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟରେ ୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ୩ ଜଣ ଓ ତହସିଲ କାର୍ଯ୍ୟାଳୟରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ ବିଏମ୍ସି କମିସନର ଏହି ଦୁଇ କାର୍ଯ୍ୟାଳୟକୁ ଦୁଇ ଦିନ ପାଇଁ ବନ୍ଦ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ରବିବାର ଛୁଟି ଦିନ ଥିବାରୁ କେବଳ କାର୍ଯ୍ୟ ଦିବସ ହିସାବରେ ଶନିବାର ଏହି ଦୁଇ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।
ସୋମବାର ଦୁଇ କାର୍ଯ୍ୟାଳୟ ଖୋଲିବ। ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ୩ ଜଣ ସହାୟକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତହସିଲ କାର୍ଯ୍ୟାଳୟର ଜଣେ ଅତିରିକ୍ତ ତହସିଲଦାର ଓ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହୋଇଛି। ଆକ୍ରାନ୍ତମାନେ ଗୃହ ସଙ୍ଗରୋଧରେ ଅଛନ୍ତି। ସୋମବାର କାର୍ଯ୍ୟାଳୟ ଖାଲିବା ପରେ ସମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା ଉପରେ କଡ଼ାକଡ଼ି କଟକଣା ଲାଗୁ ହେବ ବୋଲି ଉପଜିଲ୍ଲାପାଳ ଦେବବ୍ରତ ସାହୁ ନିର୍ଦେଶ ଦେଇଛନ୍ତି। ୨୦ ତାରିଖ ଦିନ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ଶିବିର କରାଯିବ ଓ ଆର୍ଟି-ପିସିଆର୍ ପରୀକ୍ଷା କରାଯିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Bhubaneswar-Sub-Collector-Tahasildar-Office.jpeg)