ରାଜଧାନୀ ଭୁବନେଶ୍ବରରେ ନୂଆ ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ପୁଣି  ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଆଜି ସକାଳ ୯ଟା ସୁଦ୍ଧା ଭୁବନେଶ୍ବରରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ରେ ପହଞ୍ଚିଛି ବୋଲି ଟୁଇଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ।  ଏବେ ସୁଦ୍ଧା ଭୁବନେଶ୍ବରରେ ସମୁଦାୟ ୩୧୪ ଜଣ ସୁସ୍ଥ ହୋଇ ସାରିଲେଣି। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ମଧ୍ୟ ୩୧୭ ଜଣ ସକ୍ରିୟ ଅଛନ୍ତି।

ଏହି ୩୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୬ ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ରୁ ଚିହ୍ନଟ ହୋଇଥିବା ବେଳେ ଆଉ ୧୨ ଜଣ ସ୍ଥାନୀୟ ସଂକ୍ରମରତ ବୋଲି ଜାଣିବାକୁ ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଆଜି  ୬ ଜଣ ସୁସ୍ଥ ହୋଇ ସାରିଛନ୍ତି।

କ୍ବାରେଣ୍ଟାଇନରୁ ଚିହ୍ନଟ  ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବରମୁଣ୍ଡାର ହୋଇଥିବା ବେଳ, ଜଣେ ଶାସ୍ତ୍ରୀନଗରରୁ ଚିହ୍ନଟ ହୋିଛନ୍ତି। ସେହିପରି  ବିଜେବି ନଗରରୁ ୩ ଜଣ, ‌ଶୈଳଶ୍ରୀ ବିହାରରୁ ଜଣେ, ଏକ ବେସରକାରୀ ହସ୍ପିଟାଲ୍‌ରେ କାର୍ଯ୍ୟରତ ଥିବା ୩ ଜଣ ମହିଳା, ଶିଖରଚଣ୍ଡୀ ବସ୍ତିରୁ ଜଣେ, ମଞ୍ଚେଶ୍ବରରୁ ଜଣେ , କେଦାରଗୌରୀ ବିହାରରୁ ଜଣେ , ଚନ୍ଦ୍ରଶେଖରପୁରରୁ ୨ ଜଣ ଓ ଜଣେ ସରକାରୀ ହସ୍ପିଟାଲର‌ କର୍ମଚାରୀ ଅଛନ୍ତି। ଏମାନେ ବିଭିନ୍ନ  ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ  ଜଣେ ରସୁଲଗଡ଼ରୁ, ୪ ଜଣ କଳିଙ୍ଗ ବିହାରରୁ, ଜଣେ ପଳାଶୁଣିରୁ, ୨ଜଣ ନୂଆପଲ୍ଲୀରୁ, ଜଣେ ଆଚାର୍ଯ୍ୟ ବିହାରରୁ, ଜଣେ ପୋଖରୀପୁଟରୁ, ଜଣେ ଭୀମଟାଙ୍ଗୀରୁ, ୨ ଜଣ ଚନ୍ଦ୍ରଶେଖରପୁରରୁ, ୩ ଜଣ ଗଙ୍ଗାନଗରରୁ, ୩ ଜଣ ନିଳାଦ୍ରୀ ବିହାରରୁ ଅଛନ୍ତି।

ସମ୍ବନ୍ଧିତ ଖବର