ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା

ପଜିଟିଭ୍ ସଂଖ୍ୟା ବଢ଼ୁଛି, ଲୋକଙ୍କ ଭିତରେ ସଚେତନତା କମୁଛି
ବସ୍ତିରୁ ସୁସ୍ଥ ହୋଇଥିବା ରୋଗୀଙ୍କ ପାଇଁ ଟ୍ରାଞ୍ଜିଟ୍ ହୋମ୍ ବ୍ୟବସ୍ଥା
ସଚେତକ ଆପ୍ ଡାଉନଲୋଡ୍‌ କ‌ରିଛନ୍ତି ୬୨୦୦ ଲୋକ

ଭୁବନେଶ୍ବର : ରାଜଧାନୀରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ଦେଶର ଅନ୍ୟ ବଡ଼ ସହରରେ ଏହି ସଂଖ୍ୟା ବଢ଼ୁଥିବା ବେଳେ ଭୁବନେଶ୍ବରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ। ଗୋଟିଏପଟେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଲୋକମାନଙ୍କ ଭିତରେ ସଚେତନତା କମିବାରେ ଲାଗିଛି ବୋଲି କହିଛନ୍ତି ଭୁବନେଶ୍ବର କୋଭିଡ୍‌ ପର୍ଯ୍ୟବେକ୍ଷକ ଅନୁ ଗର୍ଗ।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଗର୍ଗ କହିଲେ, ଭୁବନେଶ୍ୱରରେ କୋଭିଡ୍‌ ମୁକାବିଲା ପାଇଁ ୬୭ଟି ଵାର୍ଡରେ ଵାର୍ଡ ସଚେତକ କମିଟି ଗଠନ ହୋଇଛି। ଏହି କମିଟିଗୁଡ଼ିକରେ ୨୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ଏଥିରେ ସ୍ୱେଚ୍ଛାସେବୀ, ବରିଷ୍ଠ ଅଧିକାରୀ, ଅବସରପ୍ରାପ୍ତ ଡାକ୍ତର ନିଜର ଵାର୍ଡରେ କୋଭିଡ୍‌ ମୁକାବିଲା ପାଇଁ କାମ କରୁଛନ୍ତି। ଏହି କମିଟିକୁ କିଟ୍‌ ଓ ଥର୍ମାଲ ସ୍କାନର୍‌ ଦିଆଯାଉଛି। ଏପରିକି ପ୍ରତି ଵାର୍ଡରେ ହ୍ବାଟସ୍‌-ଆପ୍‌ ଗ୍ରୁପ୍‌ କରାଯାଇଛି। ୫ଟି ଵାର୍ଡରେ ଜଣେ ଲେଖାଏଁ ବରିଷ୍ଠ ମ୍ୟୁନିସିପାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।


The Hindu

ରାଜଧାନୀର ବସ୍ତି ଅଞ୍ଚଳରୁ ଯେଉଁମାନେ କରୋନାରୁ ସୁସ୍ଥ ହେଉଛନ୍ତି, ସେମାନଙ୍କ ପାଇଁ ଏକ ଟ୍ରାଞ୍ଜିଟ ହୋମ୍‌ କରାଯାଇଛି। ବସ୍ତିରେ ହୋମ୍‌ କ୍ୱାରାଣ୍ଟିନ୍‌କୁ ଅନୁମତି ନାହିଁ। ତେବେ କରୋନା ପାଇଁ ଅଧିକ ସମ୍ବେଦନଶୀଳ ବୃଦ୍ଧ ଲୋକ ଓ ଏକାଧିକ ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ଘରକୁ ଘର ବୁଲି ଚିହ୍ନଟ କରାଯାଉଛି। ପୂଜା କମିଟି ଓ ଆରଡବ୍ଲୁଏ ଜରିଆରେ ଚିହ୍ନଟ କରାଯାଉଛି। ଏହାବାଦ୍ ‘ସଚେତକ’ ଡାଉନଲୋଡ୍‌ କରିବା ଲାଗି ସେମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏ ପର୍ଯ୍ୟନ୍ତ ୬୨୦୦ ଲୋକ ‘ସଚେତକ’ ଆପ୍‌ ଡାଉନଲୋଡ୍‌ କରି ସାରିଛନ୍ତି। ଏଥିରେ କୋଭିଡ୍‌ ସଂପର୍କରେ ସୂଚନା, ଡାକ୍ତରଙ୍କ ତଥ୍ୟ ଓ ଘରେ ଥିବା କେୟାର ଟେକର୍‌ଙ୍କ ମଧ୍ୟ ନମ୍ବର ସଂଗ୍ରହ କରାଯାଉଛି। ଯେଉଁ ଲୋକଙ୍କ ପରିବାରରେ କେହି ନାହାନ୍ତି, ସେମାନଙ୍କୁ ପ୍ରତି ୱାର୍ଡରେ ଥିବା ସଚେତକମାନଙ୍କୁ ସେମାନଙ୍କ ସହିତ ଟ୍ୟାଗ୍ କରାଯାଉଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର