ଭୁବନେଶ୍ବରରେ କରୋନା ପାଇଁ କଡାକଡି ହେବ କଟକଣା

ଭୁବନେଶ୍ବର: ମହାରାଷ୍ଟ୍ର ସହିତ କେରଳ, ପଂଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ‌କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ିବା ପରେ ଅନ୍ୟ ରାଜ୍ୟର ଚିନ୍ତା ବଢ଼ିଯାଇଛି। ଏହି କ୍ରମରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଗତକାଲି ଜିଲ୍ଲାପାଳ, ପୌରପାଳିକାର କମିସନର, ମୁଖ୍ୟ ଚିକିତ୍ସା ଅଧିକାରୀ, ଏସ୍‌ପିଙ୍କୁ ଚିଠି ଲେଖି ସତର୍କମୂଳକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛି। ଆଜି ଭୁବନେଶ୍ବର କମିସନରେଟ ପୁଲିସ ପକ୍ଷରୁ ମଧ୍ୟ କରୋନା ପାଇଁ କଟକଣା କଡ଼ାକଡ଼ି କରିବାକୁ ପଦକ୍ଷେପ ନିଆଯାଇଛି।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ରାଜଧାନୀର ବ୍ୟସ୍ତ ବହୁଳ ସ୍ଥାନ ଗୁଡ଼ିକରେ କରୋନା ପାଇଁ କଟକଣା କଡ଼ାକଡ଼ି କରି ଦିଆଯିବ। ମାସ୍କ ଓ ସାମାଜିକ ଦୂରତା ଚେକିଂ କଡାକଡି ହେବ। ରାଜଧାନୀରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ। ଏଥି ପାଇଁ କମିସନରେଟ ପୁଲିସର ଏନଫୋର୍ସମେଣ୍ଟ ଟିମ କାର୍ଯ୍ୟ କରୁଛି । ଆମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର