ଭୁବନେଶ୍ୱର : ରାଜଧାନୀରେ ଅଧିକରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ବିଏମ୍ସି ପକ୍ଷରୁ ଜୋରଦାର୍ ପରୀକ୍ଷା କରାଯାଉଛି। ସେପ୍ଟେମ୍ବର ୨୯ ସୁଦ୍ଧା ୨,୫୪,୧୬୦ଜଣଙ୍କର ପରୀକ୍ଷା ହୋଇଥିବା ବେଳେ ଗତ ୨୦ଦିନରେ ପ୍ରାୟ ୧ଲକ୍ଷ ଲୋକଙ୍କର ପରୀକ୍ଷା ହୋଇଛି। ବିଏମ୍ସି ସୂଚନା ଅନୁଯାୟୀ, ମାର୍ଚ୍ଚରୁ ସେପ୍ଟେମ୍ବର ୨୯ ସୁଦ୍ଧା ୨,୫୪,୧୬୦ଜଣଙ୍କର ପରୀକ୍ଷା ହୋଇଛି। ଏଥିରେ ସରକାରୀ ବ୍ୟବସ୍ଥାରେ ଆରଟି-ପିସିଆର୍ରେ ୭୭,୮୧୭, ଆଣ୍ଟିଜେନ୍ରେ ୮୬,୪୬୨, ଟ୍ରୁନାଟ୍ରେ ୬୨୭ ଜଣଙ୍କର ପରୀକ୍ଷା ହୋଇଛି। ଘରୋଇ ହସ୍ପିଟାଲ ଓ କ୍ଲିନିକ୍ରେ ୮୪,୨୧୨ ଜଣଙ୍କର ପରୀକ୍ଷା ହୋଇଛି। ୫୦୪୨ଜଣଙ୍କର ଆଣ୍ଟିବଡି ପରୀକ୍ଷା ହୋଇଛି। ସେପ୍ଟେମ୍ବର ୯ତାରିଖ ସୁଦ୍ଧା ପ୍ରାୟ ୧ଲକ୍ଷ ୫୨ହଜାର ଲୋକଙ୍କର ପରୀକ୍ଷା ହୋଇଥିବାବେଳେ ବାକି ୨୦ଦିନରେ ୧ଲକ୍ଷ ୨ହଜାରରୁ ଅଧିକ ଲୋକଙ୍କର ପରୀକ୍ଷା ହୋଇଛି। ସରକାରୀ ବ୍ୟବସ୍ଥାରେ ମୋଟ୍ ୧,୬୯,୯୪୮ଜଣ ପରୀକ୍ଷା କରିଛନ୍ତି। ଘରୋଇ ବ୍ୟବସ୍ଥାରେ ୮୪,୨୧୨ଜଣଙ୍କର ପରୀକ୍ଷା ହୋଇଛି। ଗତ ୨୩ତାରିଖରେ ସର୍ବାଧିକ ୫,୬୫୨ଜଣଙ୍କର ପରୀକ୍ଷା ହୋଇଥିବାବେଳେ ୨୪ ତାରିଖରେ ୪,୭୯୫, ୨୫ ତାରିଖରେ ୫୦୬୪, ୨୬ ତାରିଖରେ ୪୯୯୫, ୨୭ ତାରିଖରେ ୩୯୪୫, ୨୮ ତାରିଖରେ ୫୦୮୭, ୨୯ ତାରିଖରେ ୫୧୬୨ ଜଣଙ୍କର ପରୀକ୍ଷା କରାଯାଇଛି।
ରାଜଧାନୀରେ କରୋନା ପରୀକ୍ଷା ଅଢ଼େଇ ଲକ୍ଷ ଟପିଲା, ୨୦ ଦିନରେ ଲକ୍ଷେ ପରୀକ୍ଷା
/sambad/media/post_attachments/wp-content/uploads/2020/10/covid1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)