ଭୁବନେଶ୍ୱର: ଭୁବନେଶ୍ୱରରେ ବଢୁଛି ସୁସ୍ଥ ସଂଖ୍ୟା, କମୁଛି ସଂକ୍ରମଣ | ଗତ କିଛି ଦିନ ହେଲା କ୍ରମାଗତ ଭାବେ ତଳମୁହାଁ ହେଉଛି କରୋନା ମିଟର | ଗତ କିଛି ଦିନ ତଳେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବା ବେଳେ ଏବେ ତାହା କମ ହେବାରେ ଲାଗିଛି | ଆଜି ଭୁବନେଶ୍ୱରରୁ ୩୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି | ଆଜି ଭୁବନେଶ୍ୱରରେ ୮୨୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |
୩୭୨ ମଧ୍ୟରୁ ସଂଗରୋଧରୁ ୮୫ ଓ ସ୍ଥାନୀୟ ଅଂଚଳରୁ ୨୮୭ ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।
କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୨୦୮ରେ ପହଂଚିଛି । ଏଥିରୁ ୮୧ହଜାର ୭୯୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୮୮ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୩୦୦୪ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Corona-in-Bhubaneswar-on-16th-June_Thumbnail.jpg)
