ତିନି ଦିନରେ ଧରାପଡ଼ିଲେଣି ୧୩୮୯ ଅମାନିଆ, ତଣ୍ଡ ଗଣିଲେଣି ୧.୯୩ ଲକ୍ଷ

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ଲାଗି ଗତ ୫ ତାରିଖଠାରୁ ଆରମ୍ଭ ହୋଇଛି ୧୫ ଦିନିଆ ଲକଡାଉନ୍। କିନ୍ତୁ କେତେକ ଅମାନିଆ ଆଇନ ଭାଙ୍ଗିବାରେ ଲାଗିଛନ୍ତି। ତିନି ଦିନ ଭିତରେ ୧୩୮୯ ଜଣ ଅମାନିଆ ଧରାପଡ଼ିଛନ୍ତି। ସେମାନଙ୍କଠାରୁ ୧ ଲକ୍ଷ ୯୩ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ମାସ୍କ ନ ପିନ୍ଧି ବୁଲିବା, ସାମାଜିକ ଦୂରତା ଭାଙ୍ଗିବା ଆଦି ଅଭିଯୋଗରେ ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। ତେବେ ରାସ୍ତାକଡ଼ରେ ମଦ ପିଇ କେତେକ ଲୋକ ତଣ୍ଡ ଗଣିଛନ୍ତି। ପୁଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଜାରି ରହିଛି।

ସମ୍ବନ୍ଧିତ ଖବର