ଭୁବନେଶ୍ୱରରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି: ବିଏମ୍‌ସି କମିସନର

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣସ୍ଥିତି ଭୁବନେଶ୍ୱରରେ ନିୟନ୍ତ୍ରଣାଧୀନ ଅଛି । ଆଜି ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ୪ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏହା କହିଛନ୍ତି । ସେ କହିଛନ୍ତି, କୋଭିଡ-୧୯ ସଂକ୍ରମଣ ଯୋଗୁଁ ୩ ଜଣ କରୋନା ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି ।

ବିଗତ ଏକ ସପ୍ତାହ ମଧ୍ୟରେ ଭୁବନେଶ୍ୱରରେ ୬୦ ନୂଆ ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି । ଏଥିରୁ ୫୦ ପ୍ରତିଶତ ଆଇସିୟୁ ବେଡ ଘରୋଇ ହସ୍ପିଟାଲ ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ଏ  ପର୍ଯ୍ୟନ୍ତ ୧୦ ହଜାର ଲୋକ ହୋମ ଆଇସୋଲେସନରେ ରହି ସାରିଛନ୍ତି । ଏମାନଙ୍କ ମଧ୍ୟରୁ ୭ ହଜାର ଲୋକ ସୁସ୍ଥ ହୋଇ ସାରିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ରାଜଧାନୀରେ କରୋନା ଭାଇରସ ନିୟନ୍ତ୍ରଣକୁ ଆସିପାରିଛି ।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତକାଲି ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୯ ହଜାର ୮୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୬ ହଜାର ୧୧୯ ଜଣ ସୁସ୍ଥ ହୋଇଥିବା ବେଳେ ୩ ହଜାର ୬୮୩ ଜଣ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ୭୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର