କରୋନା ଯୋଦ୍ଧାଙ୍କୁ ସମ୍ମାନ, ଆକାଶମାର୍ଗରୁ ପୁ‌‌ଷ୍ପବୃଷ୍ଟି

ଭୁବନେଶ୍ବର : କରୋନା ମହାମାରୀ ସତ୍ତ୍ବେ ଗଣମାଧ୍ୟମ କର୍ମଚାରୀମାନେ ଖବର ସଂଗ୍ରହ କରିବାର ଧାରା ନିରନ୍ତର ଚାଲୁ ରଖିଛନ୍ତି। ଏଭଳି ଗଣମାଧ୍ୟମ କର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ‘ସମ୍ବାଦ’ ଭବନରେ ସମ୍ମାନିତ କରାଯାଇଛି। ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନ ଓ ୟୁ ଆଭିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ନିଆରା କାର୍ଯ୍ୟକ୍ରମରେ ଆକାଶ ମାର୍ଗରୁ ଡ୍ରୋନ୍‌ ଦ୍ବାରା ଗଣମାଧ୍ୟମ କର୍ମୀଙ୍କ ଉପରେ ପୁଷ୍ପ ବୃଷ୍ଟି କରାଯାଇ ଥିଲା। ଅଭିଯାନର ରାଜ୍ୟ ସଭାପତି ଆଶିଷ ମିଶ୍ର ଏବଂ ୟୁ ଆଭିଏସନର ନିର୍ଦେଶକ କ୍ୟାପଟେନ ଜାହିଦ ପରଭେଜଙ୍କ ତତ୍ତ୍ବାବଧାନରେ ଏହା ଆୟୋଜିତ ହୋଇଥିଲା। ଏଥିରେ ‘ସମ୍ବାଦ’, ‘କନକ ନ୍ୟୁଜ୍‌’ ଓ ‘ରେଡିଓ ଚକ୍‌ଲେଟ୍‌’ର କର୍ମଚାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର