ରାଜଧାନୀରେ ନକଲି ସିମେଣ୍ଟ ପେଣ୍ଟ୍‌ କାରଖାନା ଠାବ; କାରଖାନା ସିଲ୍, ମାଲିକ ଅଟକ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ଭଗବାନପୁରରେ ଆଜି ସନ୍ଧ୍ୟାରେ ଏକ ନକଲି ସିମେଣ୍ଟ ପେଣ୍ଟ କାରଖାନା ଠାବ କରାଯାଇଛି। ବିର୍ଲା ହ୍ବାଇଟ୍ ନାଁ ଓ ଲୋଗୋ ବ୍ୟବହାର କରି ସିମେଣ୍ଟ ପେଣ୍ଟ୍‌ ତିଆରି ଏବଂ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। କମ୍ପାନି ପକ୍ଷରୁ ଏହି ନକଲି କାରଖାନାକୁ ଠାବ କରାଯିବା ପରେ ତମାଣ୍ଡୋ ଥାନାରେ ଏତଲା ଦିଆଯାଇଛି। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ କାରଖାନାକୁ ସିଲ୍ କରି ଦେଇଛି। କାରଖାନାରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ରହିଥିବା ଜଣାପଡ଼ିଛି। କାରଖାନା ମାଲିକ ଜିତେନ ଶିବାନୀଙ୍କୁ ପୁଲିସ ଅଟକ ରଖିଛି। ପୁଲିସ ସୂଚନା ଅନୁସାରେ, ଜିତେନଙ୍କର ସିମେଣ୍ଟ ପେଣ୍ଟ ତିଆରି କରିବାର ଟ୍ରେଡ୍ ଲାଇସେନ୍ସ ରହିଛି। କିନ୍ତୁ ସେ ଅନ୍ୟ ଏକ କମ୍ପାନିର ଲୋଗୋ ଏବଂ ନାଁ ବ୍ୟବହାର କରିବା ବେଆଇନ। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର