ଭୁବନେଶ୍ୱର: ୧୯୭୫ ମସିହା ଜୁନ୍ ୨୬ ତାରିଖରେ ଘୋଷିତ ‘ଜାତୀୟ ଜରୁରୀକାଳୀନ’ ପରିସ୍ଥିତି ଦେଶବ୍ୟାପୀ କଳା ଦିବସ ଭାବେ ପରିଚିତ। ଏହି ଦିବସ ଉପଲକ୍ଷେ ଆଜି ଲୋକନାୟକ ଜୟପ୍ରକାଶ ଅନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ର ଓ ଲୋକତନ୍ତ୍ର ସେନାନୀ ସଂଘର ମିଳିତ ଉଦ୍ୟମରେ ଆଜି ଜୟଦେବ ଭବନରେ ‘ଗଣତନ୍ତ୍ର ସୁରକ୍ଷା ଅଭିଯାନ’ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସମାଜବାଦୀ ନେତା ପ୍ରଶାନ୍ତ ମିଶ୍ର ଏଥିରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଜରୁରୀକାଳୀନ ପରିସ୍ଥିତିରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଜେଲ ଯାଇଥିବା ରାଜ୍ୟର ସତ୍ୟାଗ୍ରହୀ/ସଂଗ୍ରାମୀମାନଙ୍କୁ ଦେଶର ଅନ୍ୟ ୧୦ଟି ରାଜ୍ୟରେ ପ୍ରଚଳିତ ସୁବିଧା ଦେବାକୁ ଦାବି ହୋଇଥିଲା। ସଭାରେ ବରିଷ୍ଠ ସମାଜବାଦୀ ନେତା କୃଷ୍ଣଚନ୍ଦ୍ର ପାତ୍ର ଓ କୃଷ୍ଣଚନ୍ଦ୍ର ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅଭିଯାନର ସଭାପତି ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ, ବିଷ୍ଣୁପାଦ ରାଜମହାନ୍ତି, ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, କୃଷ୍ଣଚନ୍ଦ୍ର ପାତ୍ର, ସାରାଦା ପ୍ରସନ୍ନ ସ୍ୱାଇଁ, ପ୍ରଭାସ ସାମନ୍ତରାୟ, କମଳାକାନ୍ତ ପାଣ୍ଡେ, ପୂର୍ବତନ ବିଧାୟକ କିଶୋର ଦାଶ ଓ ପ୍ରଦୀପ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଅମୀୟ ପାଣ୍ଡବ ଓ ମନୋଜ ଜେନା ସଭା ପରିଚାଳନା କରିଥିଲେ।
ଦେଶରେ ତୃତୀୟ ସ୍ୱାଧୀନତା ସଂଗ୍ରାମ ଜରୁରୀ
ଗଣତନ୍ତ୍ର ସୁରକ୍ଷା ଅଭିଯାନର ଆହ୍ଵାନ
/sambad/media/post_attachments/wp-content/uploads/2018/06/m6-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)