ମାଙ୍କଡ଼ ଆକ୍ରମଣରେ ଦମ୍ପତି ଆହତ

ମେଣ୍ଢାଶାଳ: ଛତାବର ପଞ୍ଚାୟତ ଜାମୁଝରୀରେ ମାଙ୍କଡ଼ ଆକ୍ରମଣରେ ଏକ ଦମ୍ପତି ଆହତ ହୋଇଛନ୍ତି। ମାଙ୍କଡ଼ଙ୍କ ଉତ୍ପାତ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଏବେ ଭୟର ବାତାବରଣ ଖେଳି ଯାଇଛି। ସୂଚନା ଅନୁଯାୟୀ  ସୋମବାର ଜାମୁଝରୀର ସ୍ୱାମୀ ରାଜେଶ ନାୟକ(୨୮) ଓ ପତ୍ନୀ ରଶ୍ମିତା ନାୟକ(୨୧) କୌଣସି ଏକ କାମରେ ବାଡ଼ି ପଟକୁ ଯାଇଥିବା ବେଳେ ମାଙ୍କଡ଼ଟି ଉଭୟଙ୍କୁ ଆକ୍ରମଣ କରିଥିଲା। ଏଥିରେ ଉଭୟ ଆହତ ହୋଇଥିଲେ। ରକ୍ତାକ୍ତ ଅବସ୍ଥାରେ ସେମାନଙ୍କୁ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।  ଖାଦ୍ୟ ଅନେ୍ଵଷଣରେ ମାଙ୍କଡ଼ମାନେ ଜଙ୍ଗଲ ଛାଡ଼ି ଏବେ ଗାଁ ମୁହାଁ ହୋଇଛନ୍ତି ବୋଲି ଜଙ୍ଗଲ କର୍ମଚାରୀ କହିଛନ୍ତି। ତୁରନ୍ତ ମାଙ୍କଡ଼ଟିକୁ କାବୁ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର