ଭୁବନେଶ୍ବର: ଦୀର୍ଘ ୮ ଦିନ ହେବ ଲୋୟର୍ ପିଏମ୍ଜିରେ ଧାରଣାରେ ବସିଥିବା ଗଂଜାମ ଜିଲ୍ଲାର ବସନ୍ତ ସାହୁ ଓ ପତ୍ନୀ ଗୀତାରାଣୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅପରାହ୍ଣ ପ୍ରାୟ ୩ଟା ବେଳେ ସେମାନେ ଦେହରେ କିରାସିନି ଢାଳି ନିଆଁ ଲଗାଉଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା।
ତୁରନ୍ତ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କ୍ୟାପିଟାଲ ଥାନା ପୁଲିସ ସେମାନଙ୍କ ନିକଟରୁ କିରାସିନି ବୋତଲ ଜବତ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ସେମାନଙ୍କ ନାଁରେ ଏକ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ପାରିବାରିକ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ଦମ୍ପତି ଏଠାରେ ସପ୍ତାହେ ହେବ ଧାରଣାରେ ବସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/38-22.jpg)