୧୦ବର୍ଷ ଜେଲରେ କାଟିବା ପରେ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ

ଭୁବନେଶ୍ୱର: ଦଶବର୍ଷ ଦଣ୍ଡ ପରେ ବି ଛାଡ଼ିଲେନି ବିଚାରାଳୟ | ଦଶବର୍ଷ ଜେଲଦଣ୍ଡ ଭୋଗିଥିବା କଏଦୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ | ମିଳିଥିବା ସୂଚନା ମୁତାବକ ସହିଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀରେ ପତ୍ନୀକୁ ହତ୍ୟା କରିଥିବା ଜଣେ ଦୋଷୀଙ୍କୁ ଏବେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବିଚାରପତି | ମେ ୧୦,୨୦୧୨ରେ ଏହି ଅମାନୁଷିକ ହତ୍ୟାକାଣ୍ଡ ହୋଇଥିଲା । ନିଜ ସ୍ତ୍ରୀଙ୍କୁ ପେଟ୍ରୋଲ ଢାଳି ସ୍ୱାମୀ ଜାଳିଦେଇଥିଲେ ।

ଏପରି ଘଟଣା ଘଟିଥିଲା ସହିଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀରେ । ନିଜ ସ୍ତ୍ରୀ ରଞ୍ଜୁ ନାୟକଙ୍କୁ ପେଟ୍ରୋଲ ଢାଳି ହତ୍ୟା କରିଥିଲା ସ୍ବାମୀ ଟୁଟୁ ଗୁନୀ । ଟୁଟୁ ଗୁନୀ ବହୁତ୍ ମଦ ପିଉଥିଲା, ଯାହାକୁ ନେଇ ପରିବାର ମଧ୍ୟରେ ବାରମ୍ବାର କଳହ ହେଉଥିଲା । ଏହି କଳହକୁ କେନ୍ଦ୍ରକରି ଟୁଟୁ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ ।

ଏଥିରେ ଟୁଟୁଙ୍କ ସହ ତାଙ୍କ ବାପା କୈଳାଶ ଗୁନୀ ଓ ମା ସବିତା ଗୁନୀଙ୍କୁ ପୁଲିସ୍ ଗିରଫ କରିଥିଲା । କିଛି ମାସ ପରେ ତାଙ୍କ ବାପା ଓ ମା ଙ୍କୁ ଜାମିନ ମିଳିଯାଇଥିବା ବେଳେ ଟୁଟୁଙ୍କୁ କିନ୍ତୁ ଜାମିନ ମିଳି ନଥିଲା । ଏବେ ସେ ତାଙ୍କର ୧୦ ବର୍ଷ ଜେଲ ଦଣ୍ଡ ଭୋଗ କରିବା ପରେ ତାଙ୍କୁ ପୁଣି କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବିଚାରପତି ।

ସମ୍ବନ୍ଧିତ ଖବର