ବାରଙ୍ଗ: ବାରଙ୍ଗ ଥାନା ବେଲଗଛିଆ କୁଆଖାଇ ନଦୀବନ୍ଧରେ ପ୍ରେମିକାର ଅଢେଇ ବର୍ଷର ଶିଶୁସନ୍ତାନ ହତ୍ୟାକୁ ହତ୍ୟା କରିଥିବାଅଭିଯୁକ୍ତ ପ୍ରେମିକ ବବି ଦେହୁରୀକୁ ପୁଲିସ ଗିରଫ କରି ଆଜି କେର୍ଟଚାଲାଣ କରିଛି। ନନ୍ଦନକାନନ ଥାନା ପୁଲିସ ବବିକୁ ଜେରା କରିବାରୁ ସେ ଶିଶୁ ସନ୍ତାନଟିକୁ ହତ୍ୟା କରିଥିବା କଥା ସ୍ବୀକାର କରିଛି। ବବି ପୁଲିସକୁ ବୟାନ ଦେଇ କହିଛି ଯେ ସେ ପ୍ରେମିକା ମାନ ସିଂକୁ ବହୁତ ଭଲ ପାଏ। ପ୍ରେମିକାର ଛୁଆଟି ତା ରକ୍ତର ଜନ୍ମିତ ନଥିଲା। ମାନ ସିଂ ତା ପିଲାଟିକୁ ଅଧିକ ସମୟ ଦେଉଥିବାରୁ ସେ ବରଦାସ୍ତ କରି ନପାରି ପିଲାଟିର ଗୋଡ଼ ଦୁଇଟି ଧରି କାନ୍ଥରେ ପିଟି ମାରି ଦେଇଥିଲା। ପିଲାଟିକୁ ମାରିବା ପରେ ଘଟଣାକୁ ଲୁଚାଇବା ପାଇଁ ପ୍ରେମିକା ମାନ ସିଂକୁ ଫୁସୁଲାଇ ସାଥିରେ ପିଲାଟି ସହିତ ବେଲଗଛିଆ କୁଆଖାଇ ନଦୀବନ୍ଧରେ ଫିଙ୍ଗି ଚାଲିଯିବା ଲାଗି ଆସିଥିଲା। ସେଠାରେ ଏକ ବୁଦାମୂଳରେ ପିଲାଟିକୁ ଫିଙ୍ଗି ଚାଲିଆସିବା ବେଳେ ଲୋକଙ୍କ ନଜର ପଡିଯିବାରୁ ଧରାପଡି ଯାଇଥିଲା।
ପ୍ରେମିକାର ପୁଅକୁ ମାରିଥିବା ଅଭିଯୁକ୍ତକୁ କୋର୍ଟଚାଲାଣ
ବାରଙ୍ଗ ଥାନା ବେଲଗଛିଆ କୁଆଖାଇ ନଦୀବନ୍ଧରେ ପ୍ରେମିକାର ଅଢେଇ ବର୍ଷର ଶିଶୁସନ୍ତାନ ହତ୍ୟାକୁ ହତ୍ୟା କରିଥିବାଅଭିଯୁକ୍ତ ପ୍ରେମିକ ବବି ଦେହୁରୀକୁ ପୁଲିସ ଗିରଫ କରି ଆଜି କେର୍ଟଚାଲାଣ କରିଛି। ନନ୍ଦନକାନନ ଥାନା ପୁଲିସ ବବିକୁ ଜେରା କରିବାରୁ...
/sambad/media/media_files/2025/06/30/alnbcvdsf-2025-06-30-06-40-37.jpg)